ବାଙ୍କୀ ଡବଲ ମର୍ଡର ଘଟଣା: ଜଣେ ଗିରଫ

ବାଙ୍କୀ,୧୮।୩(ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଜୋକଲାଞ୍ଜିଠାରେ ହୋଇଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଗିରଫ କରିଛି । ସେ ହେଲେ ଭ୍ରମର ପ୍ରଧାନ (୫୩)।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୫ତାରିଖରେ କେତେକ ଦୃର୍ବୃତ୍ତ ନୂଆଗାଁ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଖବରଦାତା ଆଦିତ୍ୟ ରଣସିଂହଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଭଗବାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୂର୍ବରୁ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିଲା। ବୁଧବାର ଭ୍ରମରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।