ବାଘ ଛାଲ ଜବତ ଘଟଣା: ୪ କୋର୍ଟ ଚାଲାଣ

ଠାକୁରମୁଣ୍ଡା ,୧୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଧୀନସ୍ଥ ଟଙ୍ଗାବିଲାଠାରେ ଥିବା ଏକ ପରିତ୍ୟକ୍ତ ଘରେ କଲରାପତରିଆ ବାଘ ଚମଡ଼ାକୁ ବିକ୍ରି ପାଇଁ ମସୁଧା ଚାଲିଥିଲା। ଖବରପାଇ ଶନିବାର ବନ ବିଭାଗର ଏକ ଟିମ୍‌ ସେଠାରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ କାବୁ କରିବା ସହ ବିକ୍ରି ହେବାକୁ ଥିବା ବାଘ ଚମଡା ସହିତ ଏକ ବାଇକକୁ ଜବତ କରିଛି। ପରେ ଏହି ର଼୍ୟାକେଟରେ ସମ୍ପୃକ୍ତ ଥିବା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କୁ ମିଶାଇ ମୋଟ ୪ ଜଣକୁ କୋର୍ଟ ଚାଲାଣ କରା ଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଅଞ୍ଚଳର ସୁବାଷ ସାହୁ, କ୍ଷୀରୋଦ ମହାନ୍ତ, ରଣଜିତ ନାଏକ ଓ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଗଣେଶ ସିଂ। ଉଦ୍ଧାର ବାଘର ଚମଡ଼ା ୨ ବର୍ଷ ତଳର ବୋଲି ବନ ବିଭାଗ କରିଛି। ଡେପୁଟି ଡ଼ାଇରେକ୍ଟର କପିଳ ପ୍ରସାଦ ଦାସ,ଏସଟିଆର ରେଞ୍ଜର ରାମାକାନ୍ତ ମାଝୀ, ତାଳବନ୍ଧ ରେଞ୍ଜର ମଧୁସ୍ମିତା ଦାସ, ପୋଡ଼ାଡିହା ରେଞ୍ଜର ମଦନ ନାୟକଙ୍କ ସମେତ ବନ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।