ବାଘୁଆ ଜଳଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୫ା୧୦(ଡି.ଏନ୍‌.ଏ.)- ବୁଗୁଡା ବ୍ଲକ ଅନ୍ତର୍ଗତ ମତାଝରି ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁବାର ସକାଳୁ ୪ ଗେଟ ଖୋଲାଯାଇଛି। ଜଳପତ୍ତନ ବଢୁଥିବାରୁ ଜଳଭଣ୍ଡାରର ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁ କହିଛନ୍ତି। ବାଘୁଆ ଜଳ ଭଣ୍ଡାର ଜଳସ୍ତର ୧୧୩.୮୫ ମିଟର। କିନ୍ତୁ ବର୍ତ୍ତମାନ ଏହାର ଜଳସ୍ତର ୧୧୩.୭୧ ମିଟରେ ପହଞ୍ଚତ୍ ବିପଦ ସଙ୍କେତ ନିକଟତର ହେବାରେ ଲାଗିଛି। ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୩୧୦୦ ହେକ୍ଟୋମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୨୯୮୭ ହେକ୍ଟୋମିଟରରେ ପହଞ୍ଚତ୍ଛି। ତେଣୁ ଜଳ ଭଣ୍ଡାରରୁ ୪ ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇ ନଦୀକୁ ଛଡ଼ାଯାଇଛି। ବାଘୁଆରେ ବୁଧବାରଠାରୁ ଗୁରୁବାର ୧୦ଟା ପର୍ଯ୍ୟନ୍ତ ୧୩ ମିଲିମିଟର ବର୍ଷା ହୋଇଛି। ବାଘୁଆ ଜଳଭଣ୍ଡାରକୁ ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨୭୦ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ୪ ଗେଟ ଦେଇ ପ୍ରତି ସେକେଣ୍ଡରେ ୨୫୩ ଘନ ମିଟର ଜଳ ନିଷ୍କାସନ କରାଯାଉଛି। ଜଳ ଛଡ଼ାଯିବା ଫଳରେ କେତେକ ଗ୍ରାମର ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ବୁଧବାର ଡ଼େଙ୍ଗୁରା ମାଧ୍ୟମରେ ନଦୀକୂଳିଆ ଗ୍ରାମବାସୀଙ୍କୁ ପ୍ରଶାସନ ସତର୍କ ସୂଚନା ଜାରି କରିଥିଲା।