ବାଘଛାଲ ର଼୍ୟାକେଟର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ଟି ଚିତା ବାଘଛାଲ ଜବତ କରାଯିବା ସହ ବାଘଛାଲ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପ୍ରଥମଥର ପାଇଁ ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିବା ଜଣାପଡ଼ିଛି।