Categories: ଖେଳ

ବାଇଲ୍ସଙ୍କୁ ବିଶ୍ୱ ଜିମ୍ନାଷ୍ଟିକ୍ସ ଟାଇଟଲ

ଷ୍ଟୁଟଗାର୍ଟ(ଜର୍ମାନୀ), ୧୧।୧୦(ଏଏଫପି)-ଆମେରିକା ଜିମ୍ନାଷ୍ଟିକ୍ସ ସୁପରଷ୍ଟାର ସିମୋନେ ବାଇଲ୍ସ କ୍ୟାରିୟରରେ ୫ମ ଅଲ-ଆରାଉଣ୍ଡ ଟାଇଟଲ ସହ ୧୬ତମ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୨ ବର୍ଷୀୟା ବାଇଲ୍ସ ଏହାକୁ ମିଶାଇ ୨୨ଥର ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟରେ ପଦକ ହାସଲ କରିଛନ୍ତି, ଯାହାକି ସର୍ବକାଳୀନ ସର୍ବାଧିକ ପଦକ ରେକର୍ଡଠାରୁ ଗୋଟିଏ କମ୍‌। ଅଲରାଉଣ୍ଡ ଇଭେଣ୍ଟରେ ଚାଇନିଜ୍‌ ଟିନ୍‌ ଏଜର ତାଙ୍ଗ ଜିଆଙ୍ଗ ରୌପ୍ୟ ଏବଂ ରୁଷିଆର ଆଞ୍ଜେଲିନା ମେଲ୍‌ନିକୋଭ ବ୍ରୋଞ୍ଜ ପଦକ ପାଇଛନ୍ତି।

Share