ବାଇପାସ୍‌ ଚିନ୍ତା

ଦେବଗଡ଼ ଜିଲା ସଦର ମହକୁମା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପ୍ରଶସ୍ତୀକରଣ ବିଳମ୍ବିତ ହେବାରେ ଲାଗିଛି। ରାଜପଥରେ ଯାନବାହନ ବୃଦ୍ଧି ସହିତ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ମଧ୍ୟ ବଢୁଛି। ଫଳରେ ରାଜପଥ ପ୍ରଶସ୍ତୀକରଣ ବେଳେ ରାଜପଥକୁ ସହର ବାହାର ଦେଇ ଅର୍ଥାତ୍‌ ବାଇପାସ୍‌ ରାଜପଥ ନିର୍ମାଣ ପାଇଁ ଦାବି ହୋଇଥିଲା। ଦେବଗଡ଼ବାସୀ ଏନେଇ ବହୁବାର ଆନ୍ଦୋଳନ, ରାସ୍ତାରୋକୋ କରିଥିଲେ। ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜପଥ କର୍ତ୍ତୃପକ୍ଷ ସହର ବାହାର ଦେଇ ବାଇପାସ ରାଜପଥ ନିର୍ମାଣ କରୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଥିବାରୁ ସହରବାସୀଙ୍କ ସମସ୍ୟା ବଢିଚାଲିଛି। ବର୍ତ୍ତମାନ ସହର ଭିତରେ ଯାଇଥିବା ରାଜପଥ ବି ମରାମତି କରାଯାଉନି। ଯାହା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ରାଜପଥ ମରାମତି ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ ରାସ୍ତା ନିର୍ମାଣକାରୀ ସଂସ୍ଥା ଶୁଣୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଏପରି କି ଉକ୍ତ ସମସ୍ୟା ଦୂର ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ। କେନ୍ଦୁଝରସ୍ଥିତ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ଅଧିକାରୀ ଓ ଦେବଗଡ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ସହ ସମ୍ପୃକ୍ତ ଠିକାସଂସ୍ଥା କର୍ମକର୍ତ୍ତାଙ୍କୁ ସହର ଭିତର ଦେଇ ଯାଇଥିବା ରାଜପଥର ତୁରନ୍ତ ମରାମତି ଏବଂ ରାଜପଥ ଉପରେ ପ୍ରତିଦିନ ପାଣି ଛିଞ୍ଚନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ସମ୍ପୂର୍ଣ୍ଣ ଅଣଦେଖା କରୁଛି। ରାସ୍ତାରେ ପାଣି ନ ଦେଇ ନିଜର ମନଇଚ୍ଛା ଉକ୍ତ ରାସ୍ତାର ଖାଲଗୁଡ଼ିକରେ କ୍ରଶର୍‌ ଡଷ୍ଟ ପକାଇ ଦେଉଛି। ଫଳରେ ରାସ୍ତାରେ ଧୂଳି ଉଡ଼ୁଛି। କିଛି ଦିନ ପରେ ପୁଣି ଖାଲ ହୋଇଯାଉଛି। ଜାତୀୟ ରାଜପଥର ପୁରୁଣାଗଡ଼ ଛକରୁ ସିମିଳିଆବାହାଳ ସର୍କିଟ ହାଉସ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ଖାଲଖମା ସହ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡି ରହିଛି। ବିଭାଗ ତରଫରୁ ଏହାକୁ ସଜଡା ଯାଉନାହିଁ। ବିଭିନ୍ନ ଖାଲରେ ପକାଇଥିବା କ୍ରଶର୍‌ ଡଷ୍ଟ୍‌ ଯୋଗୁ ଲୋକେ ଧୂଳିଧୁସର ଖାଇ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ୪୯ନଂ. ଜାତୀୟ ରାଜପଥର ବାଇପାସ କାମ ସରିଗଲେ ସହର ଭିତରେ ଗାଡ଼ିମୋଟର ଯିବାଆସିବା କମିଯିବ। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ବାଇପାସ କାମ ଚାଲିଥିବା ବେଳେ କାମ ଶେଷ ହେବାର ନାଁ ଧରୁନି। ସହରବାସୀଙ୍କ ଲାଗି ବାଇପାସ ରାଜପଥ ଚିନ୍ତା ପାଲଟିଛି। ଫଳରେ ସହର ଭିତରେ ଗାଡ଼ିମୋଟର ଯାଉଥିବାରୁ ଅଧିକାଂଶ ଦିନ ଦୁର୍ଘଟଣା ଘଟୁଛି। ନିକଟରେ ଦୁର୍ଘଟଣାରେ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଛି। ଯଦି ବାଇପାସ ବିଳମ୍ବ ହେଉଛି, ତେବେ ସହର ଭିତରେ ଯାଇଥିବା ରାଜପଥ ମରାମତି କରିବା କଥା। କିନ୍ତୁ ରାଜପଥ କର୍ତ୍ତୃପକ୍ଷ କେଉଁଟା ବି କରୁନାହିଁ। ଜିଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
– ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri