ବାଇକ ଧକ୍କାରେ କୃଷ୍ଣସାର ମୃତ

ବୁଗୁଡା,୫ା୨(ଡି.ଏନ୍‌.ଏ.):ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଜିଲିବା ରାସ୍ତାରେ ମଙ୍ଗଳବାର ରାତି ପ୍ରା ୮ଟାରେ ବାଇକ ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ବାଇକ ଆରୋହୀ ଜଣକ ବଡଖୋଲରୁ ବେଲଗୁଣ୍ଠା ଯାଉଥିବାବେଳେ ଜିଲିବା ନିକଟରେ ରାସ୍ତାପାର ହେଉଥିବା କୃଷ୍ଣସାରକୁ ଧକ୍କା ଦେଇଥିଲା। ବନବିଭାଗ ମୃତ କୃଷ୍ଣସାରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପୋତି ଦେଇଛି।