ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼ (୨୮)। ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏରେ ଆସିକାପଟୁ ଛତ୍ରପୁର ଅଞ୍ଚଳ ସୁନ୍ଦରପୁର ଗ୍ରାମର କାଳୁ ଚରଣ ସାହୁ ଶ୍ୱଶୁର ଘର ଶୁରମଣି ଗ୍ରାମକୁ ଯାଉଥିଲେ। ଜାନିବିଲିଠାରେ ଦେବରାଜ କୌଣସି କାମପାଇଁ ରାସ୍ତାପାର ହେଉଥିବାବେଳେ କାଳୁଙ୍କ ବାଇକ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିଲା। ଗଁାରେ ଖବର ପହଞ୍ଚତ୍ବାପରେ ଜାତୀୟ ରାଜପଥକୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଅବରୋଧ କରିଥିଲେ। ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା, ସ୍ଥାନୀୟ ତହସିଲଦାର ଗଦାଧର ପାତ୍ର ପହଞ୍ଚତ୍ ଅବରୋଧକାରୀଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଓ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ କରିବା ସହ ଆଇନ ଅନୁଯାୟୀ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ବାଇକ (ନଂ.ଓଡି୦୭ଇ-୨୬୮୧)କୁ ଜବତ କରି ଚାଳକ କାଳୁଙ୍କୁ ଧରାକୋଟ ଥାନାରେ ଅଟକ ରଖାଯାଇଛି। ଏନେଇ ନଂ.୮୬/୧୯ରେ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଆସିକା ପଠାଯାଇଛି । ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିବା ସହ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।