Categories: ଗଞ୍ଜାମ

ବାଇକ୍‌ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୧୫।୬(ଡି.ଏନ୍‌.ଏ.)- ମୋହନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଶନିବାର ଭୋର ୫ଟାରେ ରାଇସିଂ ଛକରୁ ଏକ ବାଇକ୍‌ ସହ ଗଞ୍ଜେଇ ଜବତ କରବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀ ସାଲିମବାଗ ବାସିନ୍ଦା ଅବଦୁଲ ଔହାବ (୪୦)। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି। ପାଟ୍ରୋଲିଂ କରୁଥିବା ପୋଲିସ ରାଇସିଂ ଛକରେ ସନ୍ଦେହରେ ବାଇକକୁ ଅଟକାଇ ଥିଲା। ସେଥିରେ ଏକ ବ୍ୟାଗରେ ୨୦ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା। ଉକ୍ତ ଗଞ୍ଜେଇ ଅଡବା ଅଞ୍ଚଳରୁ ବ୍ରହ୍ମପୁର ଦେଇ ଦିଲ୍ଲୀ ଚାଲାଣ ହେଉଥିଲା ବୋଲି ଜଣା ପଡିଛି ।