ବାଇକ୍‌ ଚାଳକଙ୍କ ଠାରୁ ୧୪ ହଜାର ଜରିମାନା ଆଦାୟ

ବନ୍ତ, ୧୦।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଗୁରବାର ୨ଟି ବାଇକ୍‌୍‌ ଚାଳକଙ୍କ ଠାରୁ ୪ ହଜାର ଏବଂ ବୁଧବାର ସନ୍ଧ୍ୟା ବେଳେ ୫ଟି ବାଇକ୍‌ ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ା ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଠାରୁ ସମଗ୍ର ବ୍ଲକରେ ବାଇକ୍‌ ଓ ୪ ଚକିଆଯାନ ଚଳାଚଳା ଉପରେ ରୋକ୍‌ ଲାଗିଛି। ଫଳରେ ଦୁଇ ଦିନ ହେଲା ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାଇକେଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।