ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି ୧୧ହଜାର ୫୭୪ ଖଣ୍ଡ ଭୋଟ। ଦ୍ୱିତୀୟ ସ୍ଥାନରେ କଂଗ୍ରେସର ପ୍ରଫୁଲ ପଣ୍ଡା ରହିଛନ୍ତି। ତାଙ୍କୁ ୪ହଜାର ୪୦୬ଖଣ୍ଡ ଭୋଟ ମିଳିଛି। ଭାଜପାର ପିଙ୍କି ପ୍ରଧାନଙ୍କୁ ୩ହଜାର ୯୨୭ ଖଣ୍ଡ ଭୋଟ ମିଳିଛି।