କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫ କିଲୋଗ୍ରାମ ସୁନା ଜବତ କରିଛି। ଏବେ ପଥର ବ୍ୟବସାୟ କରୁଥିବା ମଣ୍ଡଳଙ୍କ ଘରେ ବୁଧବାର ପୋଲିସ ଚଢ଼ାଉ କରିଥିଲା। ଟଙ୍କା ଭର୍ତ୍ତି ଅନେକ ଟ୍ରଙ୍କ୍ ମିଳିବା ପରେ ପୋଲିସ ଟଙ୍କା ଗଣନା ମେଶିନ୍ ଆଣିଥିଲା। ଟଙ୍କା ଗଣା ବେଳେ ଘର ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।
Dharitri – Odisha’s No.1 Odia Daily

