ବସ୍‌ଷ୍ଟାଣ୍ଡରେ ମିଳିବ ଶପିଂ ମଲ୍‌, ମଲ୍ଟିପ୍ଲେକ୍ସ ସୁବିଧା

ଭୁବନେଶ୍ୱର, ୫ା୨(ବ୍ୟୁରୋ):  ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ ହେବ। ସେଠାରେ ଶପିଂ ମଲ୍‌ କରାଯିବାକୁ ଯୋଜନା ଥିବାବେଳେ ଆବଶ୍ୟକସ୍ଥଳେ ବଡ଼ ବସ୍‌ଷ୍ଟାଣ୍ଟଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା ମଧ୍ୟ କରାଯିବ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖି ବସ୍‌ଷ୍ଟାଣ୍ଡଗୁଡ଼ିକରେ ଏଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ। ଏଥିସହ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଓଏସ୍‌ଆର୍‌ଟିସି ବସ୍‌ ସଂଖ୍ୟା ବଢ଼ାଯିବା ସହ ସେଥିରେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ରହିବ। ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଚାଲୁଥିବା ‘ମୋ ବସ୍‌’ ପରି ଓଏସ୍‌ଆରଟିସିର ବସ୍‌ଗୁଡ଼ିକରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ଆଇନ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
‘ମୋ ବସ୍‌’ ସେବା ଯୋଗାଉଥିବା କ୍ରୁଟ୍‌ ଏବଂ ଜର୍ମାନୀ ସଂସ୍ଥା ଜିଆଇଜେଡ୍‌ର ମିଳିତ ଉଦ୍ୟମରେ ଓଡ଼ିଶାର ପରିବହନ ସେବାର ସୁଗମ ପରିଚାଳନାକୁ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ କାର୍ଯ୍ୟକ୍ରମ ‘ମୋବିଲଗ୍‌’ ଆରମ୍ଭ ହୋଇଛି। ବୁଧବାର ଭିଏସ୍‌ଏସ୍‌ନଗରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଲେ, ‘ମୋ ବସ’ ଭଲ ସେବା ଯୋଗାଇ ଖୁବ୍‌ କମ୍‌ ଦିନରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଆଗାମୀ ଦିନରେ ମୋ ବସ୍‌ ପରି ଓଏସ୍‌ଆର୍‌ଟିସି ସେବାକୁ ମଧ୍ୟ ଅଧିକ ସମୃଦ୍ଧ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।
କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଥିଲେ, ବର୍ତ୍ତମାନ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ୨୧ ରୁଟ୍‌ରେ ଦୈନିକ ୨୦୦ ‘ମୋ ବସ୍‌’ ଯାତାୟତ କରୁଛି। ‘ମୋ ବସ୍‌’ର ଉନ୍ନତ ସେବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରିଛନ୍ତି। ଚଳିତବର୍ଷଠାରୁ ମୋବସ୍‌ର ରୁଟ୍‌କୁ ବଢ଼ାଯିବା ସହ ଆଉ ୧୩୯ ମୋ ବସ୍‌ ଓ ୫୦ ଇ-ବସ୍‌ ଚଳାଚଳ ଆରମ୍ଭ କରିବ। ଓଏସ୍‌ଆରଟିସି ଓ କ୍ରୁଟ କିଭଳି ଭାବେ ରାଜ୍ୟରେ ଉନ୍ନତ ବସ୍‌ ସେବା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା କରିଥିଲେ। ଦୈନିକ ୧ଲକ୍ଷ ୫୦ ହଜାର ଯାତ୍ରୀ ଛୁଇଁବା ‘ମୋ ବସ’ର ଆଗାମୀ ଲକ୍ଷ୍ୟ ବୋଲି ବୋଥ୍ରା କହିଥିଲେ। ଜିଆଇଜେଡ୍‌ର ବରିଷ୍ଠ ଅଧିକାରୀ ଲଘୁ ପରାସର, କ୍ରୁଟ୍‌ର ଜିଏମ୍‌ ଦିପ୍ତୀ ମହାପାତ୍ର ଏ ସଂକ୍ରାନ୍ତରେ ନିଜର ମତ ରଖିଥିଲେ। କ୍ରୁଟ୍‌, ଓଏସ୍‌ଆରଟିସି ସମେତ ଗଞ୍ଜାମ, ସମ୍ବଲପୁର, ରାଉରକେଲାର ୧୨୦ଜଣ ପରିବହନ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri