ବସ୍‌କୁ ଧକ୍କା ଦେଲା କାର୍‌: ୩ ଗୁରୁତର

ପୁରୀ ଅଫିସ, ୭ା୧: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମାଳତିପାଟପୁର ଛକରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌କୁ ପଛପଟୁ କାର୍‌ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କଟକର ବିନୋବା କାନୁନ୍‌ଗୋ, ସମ୍ବିତ ପଟ୍ଟନାୟକ ଏବଂ ଗାଡ଼ିର ଡ୍ରାଇଭର। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ପରିଚୟ ମିଳି ପାରିନାହିଁ। ସୂଚନା ଅନୁଯାୟୀ, ବିନୋବା ଓ ସମ୍ବିତ ଜଣେ ସମ୍ପର୍କୀୟଙ୍କ ସତ୍କାର କାର୍ଯ୍ୟରେ ଯୋଗଦେବା ଲାଗି କାର୍‌ ଯୋଗେ କଟକରୁ ପୁରୀ ଆସୁଥିଲେ। ମାଳତିପାଟପୁର ଛକରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ବସ୍‌କୁ ଧକ୍କା ଦେଇଥିଲା। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା।