ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର, ଓଡିଶାକୁ ବିଶ୍ୱ ସ୍ତରୀୟ ସ୍ବୀକୃତି: ଜାଗା ମିଶନ ପାଇଁ ‘ଓ୍ବାର୍ଲଡ ହାବିଟାଟ’ ପୁରସ୍କାର

ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ବସ୍ତିରେ ରହୁଥିବା ଲୋକମାନଙ୍କୁ ଥଇଥାନ କରିବା , ସେମାନଙ୍କୁ ଜମି ଅଧିକାର ଦେବା ଓ ଜୀବନ ଜୀବିକା ବିକାଶ କ୍ଷେତ୍ରରେ ନେଇଥିବା ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ‘ଓ୍ବାର୍ଲଡ ହାବିଟାଟ’(ବିଶ୍ୱ ଆବାସସ୍ଥଳୀ)ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଭୁମି ଅଧିକାର ଦେଇଥିବାରୁ ଏହି ପୁରସ୍କାର ମଳିଛି। ରାଜ୍ୟର ବିଭିନ୍ନ ବସ୍ତିରେ ରହୁଥିବା ଲକ୍ଷାଧିକ ବସ୍ତିବାସିନ୍ଦାଙ୍କ ଜୀବନକୁ ସୁରକ୍ଷା ଦେଇଥିବାରୁ ସରକାରଙ୍କୁ ବିଶ୍ୱସ୍ତରରେ ସ୍ବକୃତୀ ମିଳି ପାରିଛି। ପ୍ରଥମ ଥର ଲାଗି ରାଜ୍ୟ ସରକାରଙ୍କୁ ବସ୍ତିର ବିକାଶ ପାଇଁ ଏଭଳି ଏକ ବିଶ୍ୱସ୍ତରୀୟ ପୁରସ୍କାର ମିଳି ପାରିଛି। ଓ୍ବାର୍ଲଡ ହାବିଟାଟର ମୁଖ୍ୟ ଡେଭିଡ ଆର୍ୟଲାଣ୍ଡ କହିଛନ୍ତି ଯେ ଏହି ପ୍ରକଳ୍ପ ଯେ କେବଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେଇ ନାହିଁ ବଂର ସେମାନଙ୍କର ଜୀବିକା ବିକାଶ କ୍ଷେତ୍ରରେ ମଧ୍ୟ ଅଦ୍ଭୁତ ପୂର୍ବ କାର୍ଯ୍ୟ କରିପାରିଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ୧ ହଜାରରୁ ଉର୍ଦ୍ଧ୍ୱ ବସ୍ତିରେ ରହୁଥିବା ନିୟୁତ ଲୋକଙ୍କୁ ଫାଇଦା ଦେଇ ପାରିଛି ବୋଲି ସେ କହିଛନ୍ତି।