ବସ୍ତି ପାଇଁ ଅଣାୟତ୍ତ ଆଡ଼କୁ ଭୁବନେଶ୍ୱର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରକୁ ବସ୍ତି ଆଣିବ ବଡ଼ ବିପଦ। ଏଠାରୁ ହିଁ ଆରମ୍ଭ ହେବ ଗୋଷ୍ଠୀସଂକ୍ରମଣ। ସହରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଭଳି ଆଶଙ୍କା ଧୀରେ ଧୀରେ ବାସ୍ତବ ରୂପ ନେବାରେ ଲାଗିଛି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତିବାସିନ୍ଦା ରହୁଛନ୍ତି। ବସ୍ତିରେ କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନେକ ପଦକ୍ଷେପ ନେବାକୁ ଘୋଷଣା କରିଥିଲା। ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ ମଧ୍ୟ ଏବେ ତାହା ମିଥ୍ୟା ପ୍ରଚାରରେ ସୀମିତ ରହିଛି। ଅନ୍ୟପକ୍ଷରେ ବସ୍ତିକୁ କିଏ ଆସୁଛି କିଏ ଯାଉଛି ତାହାର ନଜର ରଖିବାକୁ ମଧ୍ୟ କେହି ନାହାନ୍ତି। ପୁଣି ବସ୍ତିରେ ସମ୍ପୂର୍ଣ୍ଣ ଭାବେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ରହୁନି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ସନ୍ଦିଗ୍ଧମାନେ ବାହାରେ ବୁଲି ସଂକ୍ରମଣ ବାଣ୍ଟୁଛନ୍ତି। ଫଳରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ଅଣାୟତ୍ତ ଆଡକୁ ଗତି କରୁଛି।

ସହରର ମୋଟ ଜନସଂଖ୍ୟାର ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ପାଖାପାଖି ୫ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି। ତେବେ ଏଠାକାର ବସ୍ତିର ଭୌଗୋଳିକ ସ୍ଥିତି ଓ ନିତିଦିନିଆ ପରିସ୍ଥିତିକୁ ଦେଖିଲେ ସଂକ୍ରମଣ ରୋକିବା ଅତି କଷ୍ଟକର ହୋଇପଡିବ। ସ୍ବାସ୍ଥ୍ୟ ସର୍ଭେ ବନ୍ଦ ହୋଇଥିବାରୁ କିଏ କେଉଁଠି କରୋନା ସନ୍ଦିଗ୍ଧ ରହିଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ବିଏମସି ପାଇଁ ଚ୍ୟାଲେଞ୍ଜ ହୋଇଛି। ସେହିପରି ବସ୍ତିକୁ ଆଉ ବିଶୋଧନ କରାଯାଉନି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଆହୁରି ବିଗିଡିବାରେ ଲାଗିଛି। ଦିନକୁ ଦିନ ବସ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଓ ଏସବୁ ଅଞ୍ଚଳରେ ସେପରି କଟକଣା ରହୁ ନ ଥିବାରୁ ଚିନ୍ତା ବଢ଼ିଛି। ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ସାଲିଆସାହିରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ବିଏମ୍‌ସି ମାତ୍ର ୨ ଜଣଙ୍କ ତଥ୍ୟ ଦେଇଛି। ସେହିପରି ଶନିବାର ମିଳିଥିବା କୋଭିଡ୍‌ ତଥ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ୫ଜଣ ଓ ଲକ୍ଷ୍ମୀସାଗର ବସ୍ତରୁ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି। ଅନ୍ୟପକ୍ଷରେ ପୂର୍ବରୁ ସୁବାସନଗର ବସ୍ତିରେ ୨ଜଣ, ଜିଜିପି କଲୋନୀ ବାଲିଆପଠା ବସ୍ତିରେ ଜଣେ, ଘାଟିକିଆ କଳିଙ୍ଗ ଷ୍ଟୁଡିଓ ବସ୍ତିରେ ଜଣେ ଓ ନୟାପଲ୍ଲୀ ଶବରସାହି ବସ୍ତିରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ବସ୍ତିରେ ଏବେ ସଂକ୍ରମଣ ଅଣାୟତ୍ତ ହେଉଥିବାବେଳେ ବିଏମ୍‌ସି ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳୁଛି। କହିବାକୁ ଗଲେ ବସ୍ତିରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି। ହେଲେ ଏଯାଏ ରାଜ୍ୟରେ ଗୋଷ୍ଠୀତ୍‌ସଂକ୍ରମଣ ହୋଇ ନ ଥିବା ସରକାର କହୁଛନ୍ତି। ଯେତେବେଳେ ସରକାର ଘୋଷଣା କରିବେ ସେତେବେଳର ସ୍ଥିତି ଆଉ ହାତମୁଠାରେ ନ ଥିବ, ଯାହା ପୂରା ଓଡ଼ିଶାକୁ ବିପଦ ମୁହଁକୁ ଠେଲି ଦେବ ବୋଲି ଆଶଙ୍କା କରାଗଲାଣି। ତେଣୁ ବସ୍ତିକୁ ନିୟମିତ ବିଶୋଧନ କରିବା, କଟକଣାକୁ କଡାକଡ଼ି କରାଯିବା, ଘରକୁ ଘର ବୁଲି ଯାଞ୍ଚ କରାଯାଇ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବାକୁ ବାସିନ୍ଦା ଓ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri