ବସ୍ତି ପାଇଁ ଅଣାୟତ୍ତ ଆଡ଼କୁ ଭୁବନେଶ୍ୱର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରକୁ ବସ୍ତି ଆଣିବ ବଡ଼ ବିପଦ। ଏଠାରୁ ହିଁ ଆରମ୍ଭ ହେବ ଗୋଷ୍ଠୀସଂକ୍ରମଣ। ସହରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଭଳି ଆଶଙ୍କା ଧୀରେ ଧୀରେ ବାସ୍ତବ ରୂପ ନେବାରେ ଲାଗିଛି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତିବାସିନ୍ଦା ରହୁଛନ୍ତି। ବସ୍ତିରେ କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନେକ ପଦକ୍ଷେପ ନେବାକୁ ଘୋଷଣା କରିଥିଲା। ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ ମଧ୍ୟ ଏବେ ତାହା ମିଥ୍ୟା ପ୍ରଚାରରେ ସୀମିତ ରହିଛି। ଅନ୍ୟପକ୍ଷରେ ବସ୍ତିକୁ କିଏ ଆସୁଛି କିଏ ଯାଉଛି ତାହାର ନଜର ରଖିବାକୁ ମଧ୍ୟ କେହି ନାହାନ୍ତି। ପୁଣି ବସ୍ତିରେ ସମ୍ପୂର୍ଣ୍ଣ ଭାବେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ରହୁନି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ସନ୍ଦିଗ୍ଧମାନେ ବାହାରେ ବୁଲି ସଂକ୍ରମଣ ବାଣ୍ଟୁଛନ୍ତି। ଫଳରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ଅଣାୟତ୍ତ ଆଡକୁ ଗତି କରୁଛି।

ସହରର ମୋଟ ଜନସଂଖ୍ୟାର ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ପାଖାପାଖି ୫ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି। ତେବେ ଏଠାକାର ବସ୍ତିର ଭୌଗୋଳିକ ସ୍ଥିତି ଓ ନିତିଦିନିଆ ପରିସ୍ଥିତିକୁ ଦେଖିଲେ ସଂକ୍ରମଣ ରୋକିବା ଅତି କଷ୍ଟକର ହୋଇପଡିବ। ସ୍ବାସ୍ଥ୍ୟ ସର୍ଭେ ବନ୍ଦ ହୋଇଥିବାରୁ କିଏ କେଉଁଠି କରୋନା ସନ୍ଦିଗ୍ଧ ରହିଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ବିଏମସି ପାଇଁ ଚ୍ୟାଲେଞ୍ଜ ହୋଇଛି। ସେହିପରି ବସ୍ତିକୁ ଆଉ ବିଶୋଧନ କରାଯାଉନି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଆହୁରି ବିଗିଡିବାରେ ଲାଗିଛି। ଦିନକୁ ଦିନ ବସ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଓ ଏସବୁ ଅଞ୍ଚଳରେ ସେପରି କଟକଣା ରହୁ ନ ଥିବାରୁ ଚିନ୍ତା ବଢ଼ିଛି। ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ସାଲିଆସାହିରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ବିଏମ୍‌ସି ମାତ୍ର ୨ ଜଣଙ୍କ ତଥ୍ୟ ଦେଇଛି। ସେହିପରି ଶନିବାର ମିଳିଥିବା କୋଭିଡ୍‌ ତଥ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ୫ଜଣ ଓ ଲକ୍ଷ୍ମୀସାଗର ବସ୍ତରୁ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି। ଅନ୍ୟପକ୍ଷରେ ପୂର୍ବରୁ ସୁବାସନଗର ବସ୍ତିରେ ୨ଜଣ, ଜିଜିପି କଲୋନୀ ବାଲିଆପଠା ବସ୍ତିରେ ଜଣେ, ଘାଟିକିଆ କଳିଙ୍ଗ ଷ୍ଟୁଡିଓ ବସ୍ତିରେ ଜଣେ ଓ ନୟାପଲ୍ଲୀ ଶବରସାହି ବସ୍ତିରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ବସ୍ତିରେ ଏବେ ସଂକ୍ରମଣ ଅଣାୟତ୍ତ ହେଉଥିବାବେଳେ ବିଏମ୍‌ସି ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳୁଛି। କହିବାକୁ ଗଲେ ବସ୍ତିରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି। ହେଲେ ଏଯାଏ ରାଜ୍ୟରେ ଗୋଷ୍ଠୀତ୍‌ସଂକ୍ରମଣ ହୋଇ ନ ଥିବା ସରକାର କହୁଛନ୍ତି। ଯେତେବେଳେ ସରକାର ଘୋଷଣା କରିବେ ସେତେବେଳର ସ୍ଥିତି ଆଉ ହାତମୁଠାରେ ନ ଥିବ, ଯାହା ପୂରା ଓଡ଼ିଶାକୁ ବିପଦ ମୁହଁକୁ ଠେଲି ଦେବ ବୋଲି ଆଶଙ୍କା କରାଗଲାଣି। ତେଣୁ ବସ୍ତିକୁ ନିୟମିତ ବିଶୋଧନ କରିବା, କଟକଣାକୁ କଡାକଡ଼ି କରାଯିବା, ଘରକୁ ଘର ବୁଲି ଯାଞ୍ଚ କରାଯାଇ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବାକୁ ବାସିନ୍ଦା ଓ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri