ବସ୍ତିରୁ ବ୍ୟାପିଥିଲା ମୁମ୍ବାଇ ପୋଲିସକୁ ସଂକ୍ରମଣ

ଭୁବନେଶ୍ୱର,୧୨ା୫ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣାକୁ ପାଳନ କରିବା ସହ କରୋନା ସଂକ୍ରମଣ ରୋକିବାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହେଲେ ଏବେ ଦିନରାତି ଜଗିରହୁଥିବା ପୋଲିସ ନିଜେ ସଂକ୍ରମଣର ଶିକାର ହୋବାରେ ଲାଗିଛି। ମୁମ୍ବାଇରେ ୩ଶହରୁ ଊର୍ଦ୍ଧ୍ୱ ପୋଲିସ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଓଡ଼ିଶା ପୋଲିସକୁ ମଧ୍ୟ ଚିନ୍ତା ଘାରିଛି। ଏନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମୁମ୍ବାଇ ପୋଲିସର ଯୁଗ୍ମ କମିଶନର ନଓ୍ବାଲ ବଜାଜଙ୍କ ସହ ଆଲୋଚନା କରି କେତେକ ପରାମର୍ଶ ନେଇଛନ୍ତି।
ସୋମବାର କମିଶନରେଟ ପୋଲିସ ମୁଖ୍ୟାଳୟରେ କମିଶନର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ବୈଠକ ହୋଇଥିଲା। ମୁମ୍ବାଇ ପୋଲିସ ଯୁଗ୍ମ କମିଶନର ବଜାଜ କହିଥିଲେ, ମୁମ୍ବାଇର ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିବା ପୋଲିସଙ୍କ ଦ୍ୱାରା ଏହା ଥାନାକୁ ବ୍ୟାପିଛି। ବସ୍ତିରେ ରହୁଥିବା ପୋଲିସ ସଂକ୍ରମିତ ହୋଇ କାର୍ଯ୍ୟସ୍ଥଳରେ ଅନ୍ୟମାନଙ୍କୁ ସଂକ୍ରମିତ କରିଛନ୍ତି। ଏଥିସହ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୋଲିସ କାର୍ଯ୍ୟ କରୁଥିବାବେଳେ ଓ ଯାଞ୍ଚବେଳେ ସଂକ୍ରମିତ ହୋଇଥିଲେ। ତେବେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବଜାଜ କହିଛନ୍ତି, ବୟସ ଅନୁସାରେ ପୋଲିସ କର୍ମଚାରୀଙ୍କୁ ୩ କାଟାଗୋରୀ (କ, ଖ, ଗ)ରେ ବିଭକ୍ତ କରାଯାଇଛି। ‘କ’ରେ ୫୫ରୁ ଅଧିକ ବୟସ୍କ ପୋଲିସ ଅଛନ୍ତି। ସେମାନଙ୍କୁ କିଛି କାର୍ଯ୍ୟ କରିବାକୁ ଦିଆଯାଉନାହିଁ। ‘ଖ’ରେ ୫୦ରୁ ୫୫ବର୍ଷର ପୋଲିସ ରହିନ୍ତି। ‘ଗ’ କାଟେଗୋରିରେ ୪୫ ବର୍ଷରୁ ୫୦ବର୍ଷର ପୋଲିସ କର୍ମଚାରୀ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ଦେଖି ଏମାନଙ୍କୁ କାର୍ଯ୍ୟ ଦିଆଯାଉଛି। ସେହିଭଳି ଅଭିଯୁକ୍ତଙ୍କୁ ଗିରଫ ସମୟରେ କେତେକ ଗାଇଡ଼୍‌ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗୁଛନ୍ତି ଡାକ୍ତରୀ ଟିମ୍‌ ସହ ପୋଲିସ ଯାଉଛି। ପୋଲିସ ଦୂରରେ ରହୁଛି, ସୁରକ୍ଷା ପୋଷାକ ପିନ୍ଧି ଡାକ୍ତରୀ ଟିମ୍‌ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ଆମ୍ବୁଲାନ୍ସରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ନେଉଛି। ଡ୍ୟୁଟି ସମୟରେ ଲୋକଙ୍କ ପାଖକୁ ଯିବାକୁ ପୋଲିସକୁ ବାରଣ କରାଯିବା ସହ ମାସ୍କ ପିନ୍ଧିବା ଓ ପକେଟରେ ସାନିଟାଇଜର ରଖି ହାତକୁ ବାରମ୍ବାର ସାନିଟାଇଜ୍‌ କରିବାକୁ କୁହାଯାଉଛି। ମୁହଁରେ ଭାଇଜର ପିନ୍ଧିବା ସହ ନିୟମିତ ସ୍କ୍ରିନିଂ କରାଯାଉଛି ବୋଲି ବଜାଜ ସୂଚନା ଦେବା ସହ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଆଧାରରେ କମିଶନରେଟ ପୋଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି। ଏହି ଆଲୋଚନାରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ,କଟକ ଡିସିପି ଅଖିଳେଶ୍ୱର ସିଂ, ଡିସିପି (ସିକ୍ୟୁରିଟି) ନିର୍ମଳ ଶତପଥୀ ଓ ଡାକ୍ତର ଟିମ୍‌ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri