ବସନ୍ତମଞ୍ଜରୀ ହସ୍ପିିଟାଲର ଉନ୍ନତୀକରଣ ପାଇଁ ବୈଠକ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତୀକରଣ ଦିଗରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲକୁ କିଭଳି କ୍ରିୟାଶୀଳ କରାଯାଇପାରିବ ଓ ଏହାଦ୍ୱାରା କିପରି ଅଞ୍ଚଳବାସୀ ଉପକୃତ ହୋଇପାରିବେ ସେ ଦିଗରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହସ୍ପିିଟାଲର ସିଭିଲ୍‌ କନ୍‌ଷ୍ଟ୍ରକଶନ୍‌, ମୁଖ୍ୟ ଫାଟକ ନିର୍ମାଣ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଅପରେଶନ୍‌ ଥିଏଟର ପାଇଁ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରପାତି ସହ ଡାକ୍ତର ପଦବୀ ପୂରଣ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏ ଦିଗରେ ତୁରନ୍ତ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅନ୍ୟ ଜନପ୍ରତିନିଧି, ସ୍ବାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ସୋମବାର ବାରିପଦାସ୍ଥିତ ମୟୂରଭଞ୍ଜ ଆୟୁର୍ବେଦ ମେଡିକାଲ କଲେଜକୁ ସରକାରୀ ମେଡିକାଲ କଲେଜରେ ପରିଣତ କରିବା ଲାଗି ସରକାରୀ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦିଗରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ଏହି କଲେଜକୁ ହାତକୁ ନେବା ପାଇଁ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପୂରଣ କରିବା ସହ ସରକାରୀ ସ୍ତରରେ ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri