ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ପାଟପୁର,୪ା୫- ପାଟପୁର ଥାନା ଅଧିନ ଏକ ଗଁାରେ ଜଣେ ଯୁବତୀଙ୍କୁ ବଳାତ୍କାର ନେଇ ରବିବାର ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ଅଭିଯୁକ୍ତ ମନୋଜ କୁମାର ଗୌଡ଼ଙ୍କୁ ସୋମବାର ପୋଲିସ ବ୍ରହ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇଦିଆଯାଇଛି। ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ସମ୍ପୃକ୍ତ ଯୁବକ ଶାରୀରିକ ସମ୍ପର୍କ ରଖିବା ପରେ ମନା କରିଦେଇଥିଲେ। ରବିବାର ଏନେଇ ଯୁବତୀ ଜଣକ ପାଟପୁର ଥାନାରେ ଏତଲା ଦେଇଥିଲେ। ରବିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଭିଯୁକ୍ତ ଓ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା।