ବଲିଉଡ୍‌ରେ ରିଲିଜ୍‌ ହୋଇଥିବା ୨୦୧୯ର ବିବାଦୀୟ ଚଳଚ୍ଚିତ୍ର

ମୁମ୍ବାଇ: ବଡ ପରଦାରେ ୨୦୧୯ରେ ଆସିଥିବା କିଛି ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁ ପାରିଥିଲା। ଏହାସହ ବକ୍ସ ଅଫିସରେ ଭଲ ବିଜନେସ୍‌ ମଧ୍ୟ କରିଥିଲା। ହେଲେ ଆଉ କିଛି ଫିଲ୍ମ ଚାଲି ଆସିଥିଲା ବିବାଦ ଘେରକୁ।


ପାନିପତ: ଡିସେମ୍ବର ୬ରେ ସଞ୍ଜୟ ଦତ୍ତ, ଅର୍ଜୁନ କପୁର ଓ କ୍ରିତି ସାନନଙ୍କ ଷ୍ଟାର କାଷ୍ଟରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ପାନିପତ’। ହେଲେ ଏହାର ଏକ ଦୃଶ୍ୟ ଓ ଡାଏଲଗ ଆସିଯାଇଥିଲା ବିବାଦ ମଧ୍ୟକୁ। ସୁରଜମଲଙ୍କ ଉପରେ ଆଧାରିତ ଏହି ଦୃଶ୍ୟକୁ ଜାଟ୍‌ ସମ୍ପ୍ରଦାୟ ବିରୋଧ କରିଥିଲେ। ଏହାପରେ ବି ବକ୍ସ ଅଫିସରେ ଭଲ ବିଜନେସ୍‌ କରିଛି ପାନିପତ।

ପତି ପତ୍ନୀ ଔର ଓ୍ବ: କାର୍ତ୍ତିକ ଆର୍ଯ୍ୟନ୍‌, ଭୂମୀ ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଷ୍ଟାର କାଷ୍ଟରେ ନିର୍ମାଣ କରାଯାଇଥିଲା ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’। ଏହା ରିଲିଜ୍‌ ହେବା ପରେ ଆସିଯାଇଥିଲା ବିବାଦକୁ। ଏଥିରେ କାର୍ତ୍ତିକଙ୍କ ଏକ ଡାଏଲଗକୁ ନେଇ ହୋଇଥିଲା କଣ୍ଟ୍ରୋଭର୍ସି। ଏହାପରେ ଉକ୍ତ ଡାଏଲଗକୁ ବଦଳାଇ ଦିଆଯାଇଥିଲା ଓ ଫିଲ୍ମ ଭଲ ବ୍ୟବସାୟ କରିଥିଲା।

ଇଣ୍ଡିଆଜ ମୋଷ୍ଟ ଓ୍ବାଣ୍ଟେଡ: ମେ ୨୪, ୨୦୧୯ରେ ପରଦାକୁ ଆସିଲା ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ଓ୍ବାଣ୍ଟେଡ’। ଏଥିରେ ଅର୍ଜୁନ କପୁର ଲିଡ୍‌ ରୋଲରେ ଆସିଥିଲେ। ଏହି ଫିଲ୍ମରେ ସେ ଭଗବତ ଗୀତା ଓ କୋରାନକୁ ନେଇ ଏକ ଡାଏଲଗ କହିଥିଲେ ଯାହା ପରବର୍ତ୍ତି ସମୟରେ ବିବାଦୀୟ ହୋଇ ପଡିଥିଲା। ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାରୁ ଏହାକୁ ପରେ ହଟାଇ ଦିଆଯାଇଥିଲା।

କବିର ସିଂ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଲିଡ୍‌ ରୋଲରେ ୨୧ ଜୁନ୍‌ ୨୦୧୯ରେ ପରଦାକୁ ଆସିଲା ‘କବିର ସିଂ’। ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କଲା। ହେଲେ ଏଥିରେ କିୟାରାଙ୍କ ଭୂମିକାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ଜଜମେଣ୍ଟାଲ ହେ କ୍ୟା: କଙ୍ଗନା ରାନାଓ୍ବତ ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’୨୬ ଜୁଲାଇ ୨୦୧୯ରେ ରିଲିଜ୍‌ ହୋଇଥିଲା। ପ୍ରଥମେ ଏହି ଫିଲ୍ମର ନାଁ ‘ମେଣ୍ଟାଲ ହେ କ୍ୟା’ ରଖାଯାଇଥିଲା। ହେଲେ ଏହା ବିବାଦ ଘେରକୁ ଆସିଯିବାରୁ ଏଥିରେ ପରିବର୍ତ୍ତନ କରି ‘ଜଜମେଣ୍ଟାଲ ହେ କ୍ୟା’ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri