ବଲାଙ୍ଗୀର ଜିଲାପାଲକୁଁ ମୁଖ୍ୟମନ୍ତ୍ରୀକଁର ଟ୍ୱିଟ୍‍: ସମସିଆର ସମାଧାନ ଲାଗି ଦେଲେ ନିରଦେଶ

ଲାଠୋର, ୨୪।୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର କଲୋନୀପଡ଼ା ଆର ପିପଲବାହାଲ ଗାଁର ଦୁଇଟା ଖବର ଗଲା ୧୯ ଆର ୨୦ ତାରିଖ୍‌ରେ ବାହାରିଥିଲା। ଇ ଖବର ଦୁଇଟାକେ ଗୁରୁତ୍‌ ଦେଇ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାପାଲକୁଁ ସମସିଆର ସମାଧାନ ଲାଗି ଟ୍ବିଟ କରି ନିରଦେଶ ଦେଇଛନ୍‌। ଇ ଘଟନା ବାବ୍‌ଦେ ବରଗଡ଼ ଜିଲା ୟୁଥ ଏଗେଁଷ୍ଟ କରପ୍‌ସନ ସଂଘ ତରଫୁ ସୂଚନା ମିଲିଛେ। ଗଲା ୧୯ ଆର ୨୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭଙ୍ଗା ଇନ୍ଦିରା ଆବାସ ଘରେ ପରିବାର’ ଆର ‘୩ ବଛର ହେଲା ଖଟେ ପଡ଼ିଛନ୍‌ ପକ୍ଷାଘାତ ରୁଗୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଧରିତ୍ରୀର ଇ ଖବର ଦୁଇଟାକେ ନେଇ ବରଗଡ଼ ଜିଲା ଯୋଖିପାଲି ଗଁାର ୟୁଥ୍‌ ଏଗେଁଷ୍ଟ କରପ୍‌ସନ ସଂଘ ମୁଖ୍ୟମନ୍ତ୍ରୀକୁଁ ଟ୍ବିଟ କରି ଦୁଇ ଦୁଖି ପରିବାରକେ ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଥିଲା। ଘଟନାକେ ଗୁରୁତ୍‌ ଦେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ବଲାଙ୍ଗୀର ଜିଲାପାଲକୁଁ ସମସିଆର ସମାଧାନ ଲାଗି ନିରଦେଶ ଦେଇଥିଲେ। ସେନ୍‌ତା ବଲାଙ୍ଗୀର ଜିଲାପାଲକଁର ନିରଦେଶରେ ଖପ୍ରାଖୋଲ ବିଡିଓ ତରଣୀ ସୁନା, ଜିପିଇଓ ସୁଶାନ୍ତ ପାଣି ଆର ଲାଠୋର ପଁଚେତ୍‌ର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲ ୨୨ ତାରିଖ ପକ୍ଷାଘାତରେ ପୀଡ଼ିତ ରୁକରାମ ତାଣ୍ଡିକଁର ଘରେ ପୁହୁଁଚିଥିଲେ। ସେଠାନେ ସରକାରୀ ଅଧ୍‌କାରୀମାନେ ରୁକରାମକୁଁ ରେଡକ୍ରସରୁ ୨୦ ହଜାର ଟଁକା ସାହାଯ୍‌ ଦେବାର ସଂଗେ ବହୁତ ଜଲଦି ବଲାଙ୍ଗୀର ମେଡିକାଲ କଲେଜ ଡାକ୍‌ତରଖାନାରେ ଚିକିସତ୍ା ବେବସ୍‌ତା କରାଯିବା ବଲି କଥା ଦେଇଥିଲେ। ସେନ୍‌ତା ଭଂଗା ଇନ୍ଦିରା ଅବାସ ଘରେ ବାସ କରୁଥିବାର କୈଳାଶ ବେଶ୍ରାକୁଁ ଗୁଟେ ନୂତନ ଆବାସ ଘର ଯୁଗେଇ ଦେବାର ଲାଗି ଜିଲାପାଲକୁଁ ରିପୋର୍ଟ ପଠାଯାଇଛେ। ମୁଖ୍ୟମନ୍ତ୍ରୀକଁର ଇ ପଦକ୍ଷେପକେ ଦୁଇ ଗରିବ ପରିବାର ପରଶଁସା କରବାର ସଂଗେ କୃତଜ୍ଞତା ଜନେଇଛନ୍‌। ସେନ୍‌ତା ତାକର ଦୁଖ ଦୁରଦଶାକେ ଧରିତ୍ରୀ ଖବର କାଗଜ ପରଶାସନର ନଜରକେ ଆନିଥିଲା। ସେଥିରଲାଗି ଇ ଦୁଇ ପରିବାର ଧରିତ୍ରୀ ପରିବାରକେ ବି ଧଏନ୍‌ବାଦ ଜନେଇଛନ୍‌।