ବର ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ: ପ୍ରବଳ ଉତ୍ତେଜନା

ଭୁବନେଶ୍ୱର,୧୨।୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ ଦାବିରେ ୧୦ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ଡାକରାରେ ବେଶି ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ। ବିଭିନ୍ନ ସ୍ଥାନରେ ବନ୍ଦ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଯୋଗୁ ଭୁବନେଶ୍ୱର ଜୟଦେବ ବିହାର ଛକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ ପାଇଁ ଗାଡ଼ିରେ ଆସୁଥିବା ବର ଅବଦ୍ଦୁଲ ଫାଇମ ଖାନଙ୍କୁ ବିକ୍ଷୋଭକାରୀ ଅଟକାଇ ଦେଇଛନ୍ତି। କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାପରେ ତାଙ୍କୁ ଛାଡ଼ିଥିଲେ।
ସୂଚନାଯୋଗ୍ୟ, ଆମେରିକା ସହ ଭାରତର ବହୁ ପ୍ରତୀକ୍ଷିତ ଟ୍ରେଡ୍‌ ଡିଲ୍‌ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନହେବାକୁ ଯାଉଛି। ଉଭୟ ପକ୍ଷ ଗତ ୮ ତାରିଖରେ ଏକ ମିଳିତ ଘୋଷଣାନାମାରେ ଏହାର ରୂପରେଖ ଜାରି କରିଛନ୍ତି। ଉକ୍ତ ବୁଝାମଣା ଦ୍ୱାରା ଭାରତୀୟ ବଜାରକୁ ପୁଞ୍ଜିନିବେଶର ସୁଅ ଛୁଟିବା ସହ ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି କେନ୍ଦ୍ର ଯୁକ୍ତି ବାଢୁଥିବାବେଳେ ଏହା ଏକ ଟ୍ରେଡ୍‌ ଡିଲ୍‌ ନୁହେଁ ବରଂ ଆମେରିକା ଚାପରେ ସରକାରଙ୍କ ଆତ୍ମସମର୍ପଣ ବୋଲି କୃଷକ ସଙ୍ଗଠନଗୁଡିକ ଅଭିହିତ କରିଛନ୍ତି। ଏହି ଡିଲ୍‌ ଦ୍ୱାରା ଭାରତୀୟ ଚାଷୀ ଏବଂ ଶ୍ରମିକଙ୍କ ସ୍ବାର୍ଥକୁ ବଳି ପକାଯାଇଥିବା ଅଭିଯୋଗ ଆଣି କୃଷକ ସଙ୍ଗଠନ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେବା ନେଇ ଘୋଷଣା କରିଥିବା ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନୈତିକ ସମର୍ଥନ ପ୍ରଦାନ ନେଇ ଘୋଷଣା କରାଯାଇଛି।

ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ ଦାସ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଏଆଇଟିୟୁସି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। ୧୨ ଘଣ୍ଟା ଲାଗି ଭାରତ ବନ୍ଦ ଡାକରା ଦିଆଯାଇଛି। ୪ ନୂତନ ଶ୍ରମ କୋଡ୍‌ ବାତିଲ ଦାବି, କୃଷକମାନଙ୍କ ସର୍ବନିମ୍ନ ଉତ୍ପାଦିତ ମୂଲ୍ୟ, ବିଦ୍ୟୁତ୍‌ ବିଲ୍‌ରେ ଅନିୟମିତତା ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର, ବିଭିନ୍ନ ରାଷ୍ଟ୍ରାୟିତ ଶିଳ୍ପଗୁଡିକୁ ଘରୋଇକରଣ ବନ୍ଦ ଆଦି ମୋଟ୍‌ ୧୭ଟି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ଶ୍ରମିକମାନେ ଦେଶବ୍ୟାପୀ କାର୍ଯ୍ୟ ବନ୍ଦ ରଖିବେ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧର୍ମଘଟ: ଏଆଇଟିୟୁସି କର୍ମୀ ବାଇକ୍‌ରେ ବୁଲି ବୁଲି ଦୋକାନ ବଜାର ବନ୍ଦ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଫେବୃଆରୀ ୧୨ ତାରିଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ କେନ୍ଦୁଝର ଜିଲାର ସଦର ମହକୁମା ସମେତ ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ,…

ଭଞ୍ଜନଗର ବନ୍ଦ ପ୍ରଭାବ: ଯାତାୟାତ ଠପ୍‌

ଭଞ୍ଜନଗର,୧୨।୨(ବାବୁଲା ପ୍ରଧାନ): ବିଭିନ୍ନ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭଞ୍ଜନଗରରେ ମଧ୍ୟ ପଡ଼ିଛି। ବାମପନ୍ଥୀ ସଂଗଠନ ଗୁଡ଼ିକ ଆଜି ସକାଳୁ…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ଧୋକା ଦେଲା ପ୍ରେମ…ପ୍ରଥମେ ଜ୍ବାଇଁ ସହ ଫେରାର ହେଲେ ଶାଶୁ, ୧୦ ମାସ ପରେ ଏବେ ଭିଣୋଇକୁ ଧରି ଛୁ

ଲକ୍ଷ୍ନୌ,୧୨।୨: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ନିଜ ଜ୍ବାଇଁଙ୍କୁ ପ୍ରେମ କରି ତାଙ୍କ ସହିତ ପଳାଇ…

୧୨ ଘଣ୍ଟିଆ ଭାରତ ବନ୍ଦ: ଯାନବାହନ ଚଳାଚଳ ଠପ୍‌

ବଣାଇଁ, ୧୨।୨(ପ୍ରଦୀପ ତ୍ରିପାଠୀ): ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଟ୍ରେଡ ୟୁନିଅନର ଡାକରା କ୍ରମେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବଣାଇଁ…

ପୋଲିସ ବସ୍‌ର ବ୍ରେକ ଫେଲ୍‌: ଶତାଧିକ ଆନ୍ଦୋଳନକାରୀ…

ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍‌। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

Bharat Bandh Today: ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ, ଆଜି ସ୍କୁଲ ବନ୍ଦ!

ଭୁବନେଶ୍ୱର,୧୨ା୨: ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri