Posted inଜାତୀୟ

ଧୋକା ଦେଲା ପ୍ରେମ…ପ୍ରଥମେ ଜ୍ବାଇଁ ସହ ଫେରାର ହେଲେ ଶାଶୁ, ୧୦ ମାସ ପରେ ଏବେ ଭିଣୋଇକୁ ଧରି ଛୁ

ଲକ୍ଷ୍ନୌ,୧୨।୨: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ନିଜ ଜ୍ବାଇଁଙ୍କୁ ପ୍ରେମ କରି ତାଙ୍କ ସହିତ ପଳାଇ ଯାଇଥିଲେ। ଏହି ଘଟଣା ୧୦ ମାସ ପୂର୍ବେ ଖବରର ଶିରୋନାମା ପାଲଟିଥିଲା। କିନ୍ତୁ ଏବେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମହିଳା ଜଣକ ସେହି ପୁରୁଷଙ୍କୁ ଛାଡି ତାଙ୍କ ଭିଣୋଇଙ୍କ ସହିତ ପଳାଇ ଯାଇଛନ୍ତି । ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରାୟ ଦଶ ମାସ ପୂର୍ବେ, ୩୮ ବର୍ଷୀୟ ପିଙ୍କି ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କୁ ଛାଡି ତାଙ୍କ ଜ୍ୱାଇଁ ମନୋଜଙ୍କ ସହିତ ପଳାଇ ଯାଇଥିଲେ । ଜ୍ବାଇଁ ବୟସରେ ଶାଶୁଙ୍କ ଠାକୁ ୧୮ବର୍ଷ ସାନ ଥିଲେ। ପୁରୁଷ ଜଣକ ମହିଳାଙ୍କ ଝିଅ ସହିତ ବିବାହ ବନ୍ଧନ କରିବା ପରେ ସେମାନଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ନିର୍ବନ୍ଧ ପରେ, ମନୋଜ ଏବଂ ତାଙ୍କ ଭାବୀ ଶାଶୁ କଥାବାର୍ତ୍ତା ଆରମ୍ଭ କରିଥିଲେ, ଯାହା ଧୀରେ ଧୀରେ ଘନିଷ୍ଠତାରେ ପରିଣତ ହୋଇଥିଲା। ପରିସ୍ଥିତି ଆହୁରି ଖରାପ ହୋଇଗଲା, ଏବଂ ବିବାହର ମାତ୍ର ୧୨ଦିନ ପୂର୍ବରୁ ପିଙ୍କି ତାଙ୍କ ଭାବୀ ଜ୍ୱାଇଁଙ୍କ ସହିତ ପଳାଇଗଲେ।

ଯେତେବେଳେ ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଲା, ଉଭୟ ଏକାଠି ରହିବାକୁ ଇଚ୍ଛା ପ୍ରକାଶ କଲେ। କୁହାଯାଏ ଯେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ପରିବାରକୁ ଛାଡି ମନୋଜଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେମାନେ ଆଲିଗଡ ଛାଡି ବିହାରର ସୀତାମାଢି ଜିଲ୍ଲାରେ ବସବାସ କଲେ। ସେଠାରେ ମନୋଜ ଜଣେ ହକର ଭାବରେ ପୋଷାକ ବିକ୍ରୟ କରିବା ଆରମ୍ଭ କଲେ ଏବଂ ସେମାନେ ଏକାଠି ରହୁଥିଲେ। ହେଲେ କିଛି ଦିନ ପରେ କାହାଣୀରେ ଟ୍ବିଷ୍ଟ ଆସିଥିଲା ।

ମନୋଜ ଅଭିଯୋଗ କରିଛନ୍ତି ଯେ ଫେବୃଆରୀ ୬ତାରିଖରେ ସେ ସବୁଦିନ ପରି କାମକୁ ଯାଇଥିଲେ। ଫେରିବା ପରେ ପିଙ୍କି ଘରୁ ନିଖୋଜ ଥିଲେ। ମନୋଜ ଦାବି କରିଛନ୍ତି ଯେ ସେ ଦୁଇ ଲକ୍ଷ ଟଙ୍କା ନଗଦ ଏବଂ ମୂଲ୍ୟବାନ ଅଳଙ୍କାର ନେଇଯାଇଛନ୍ତି । ତେବେ ମହିଳାଜଣକ ବର୍ତ୍ତମାନ ତାଙ୍କ ଭିଣୋଇଙ୍କ ସହିତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri