Categories: ଖେଳ

ବର୍ଷା ଯୋଗୁଁ ଓଡ଼ିଶା ମ୍ୟାଚ୍‌ ବାତିଲ

କଟକ ଅଫିସ,୨୫ା୯- ବର୍ଷା ଯୋଗୁଁ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଓଡ଼ିଶା ଖେଳି ପାରିନାହିଁ । ଭଦୋଦରାର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ବରୋଦା ବିପକ୍ଷରେ ଖେଳାଯାଇଥାନ୍ତା। ସୋମବାର ରାତିରେ ପ୍ରବଳ ବର୍ଷା ହେବା ଫଳରେ ଓଦା ପଡ଼ିଆରେ ମଙ୍ଗଳବାର ଖେଳିବା ସମ୍ଭବ ନ ଥିଲା। ମ୍ୟାଚ୍‌ ବାତିଲ ହୋଇ ଯାଇଥିବା ଯୋଗୁଁ ବରୋଦା ଓ ଓଡ଼ିଶା ୨ ପଏଣ୍ଟ ଲେଖାଏ ବାଣ୍ଟି ନେଇଛନ୍ତି। ଆସନ୍ତା ୨୬ ତାରିଖରେ ଭଦୋଦରାର ଦର୍ଶନମ ସ୍ପୋଟର୍‌ସ ଆଣ୍ଡ ଏକାଡେମୀ ଗ୍ରାଉଣ୍ଡରେ ଓଡ଼ିଶା ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ ହରିୟାଣା ବିପକ୍ଷରେ ଖେଳିବ। ଶୁଭ୍ରାଂଶୁ ଶେଖର ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ହରିୟାଣା ବିପକ୍ଷରେ ବିଜୟ ପଏଣ୍ଟ ପାଇବା ପାଇଁ ଚେଷ୍ଟା କରିବ।

Share