ବର୍ଷାରେ ରାସ୍ତା ଧୋଇଗଲା

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେରୁଆଁପାଳ-ତର୍କାବେଡା ଗ୍ରାମ ରାସ୍ତା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ଅଞ୍ଚଳବାସୀ ଗମନାଗମନରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ୬ମାସ ତଳେ ରୁଙ୍ଗ୍‌ଟା ଷ୍ଟିଲ କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ନୂତନ କଲଭର୍ଟ ସହ ରାସ୍ତା ନିର୍ମାଣ କରାଯାଇଥିଲା।