ବର୍ଷାରେ ଫସଲ କ୍ଷତିର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ

ଛତ୍ରପୁର,୧୭ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଏଥିରେ ୧୨ ବ୍ଲକ ଅଧୀନ ୧୨୫ ପଞ୍ଚାୟତ ଓ ୩ ଏନଏସି ଅଞ୍ଚଳର ଫସଲ କ୍ଷତି ହୋଇଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷତି ଆକଳନ କରାଯାଇ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ୧୨୫ ପଞ୍ଚାୟତ ଓ ୩ ଏନ୍‌ଏସିରେ ୬ହଜାର ୮୪୯.୯୯ ହେକ୍ଟର ଜମିର ଧାନ ଏବଂ ୧୧୧.୨୦ ହେକ୍ଟର ଜମିରେ ହୋଇଥିବା ଅନ୍ୟାନ୍ୟ ଫସଲ କ୍ଷତି ହୋଇଥିବା କୃଷି ବିଭାଗ ଆକଳନ କରିଛି। ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ରିପୋର୍ଟ ଉପରେ ଆଲୋଚନା ବୈଠକ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରିଥିଲେ। କୃଷି, ସମବାୟ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଲଘୁଚାପ ବର୍ଷାରେ ଜିଲାରେ ୨୬୨୫.୧୮ ହେକ୍ଟର ଧାନ ଫସଲ ୩୩ % କ୍ଷତି ହୋଇଥିବା ବେଳେ ୨୨୭୪.୭୧ ହେକ୍ଟର ୩୩ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ହୋଇଛି। ସେହିପରି ୧୯୪୯.୫୫ ହେକ୍ଟର ଜମିରେ ଧାନ ଫସଲ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି। ଛତ୍ରପୁର ସବଡିଭିଜନର ୮୬ ପଞ୍ଚାୟତ, ବ୍ରହ୍ମପୁର ସବଡିଭିଜନର ୧୪ ପଞ୍ଚାୟତ ଓ ଭଞ୍ଜନଗର ସବଡିଭିଜନର ୨୫ ପଞ୍ଚାୟତର ଧାନ ଫସଲ କ୍ଷତି ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକରେ ଧାନ ଫସଲ ବିଶେଷ କ୍ଷତି ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ମିଳିପାରିବ ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥିତ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ପାଣିରେ ବିଭିନ୍ନ ସ୍ଥାନରେ ଧାନ ଓ ଅନ୍ୟ ଫସଲ କିଭଳି ବୁଡି ରହିଥିଲା ସେ ସବୁର ଫଟୋ ଜିଲାପାଳ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ। ନିୟମ ଅନୁଯାୟୀ ବୀମା କରିଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ମିଳିବ ବୋଲି ବୀମା କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ୧୦ ପଞ୍ଚାୟତରେ ୧୧୬୫.୫୫ ହେକ୍ଟର ଧାନ ଫସଲ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷତି ହୋଇଛି। ସେଥିମଧ୍ୟରେ କୋଳଥିଗାଁ ପଞ୍ଚାୟତରେ ୧୮୮ ହେକ୍ଟର, ଫୁଲଟାରେ ୨୨୦ ହେକ୍ଟର, ଗଉଞ୍ଜୁ ପଞ୍ଚାୟତର ୧୫୪ ହେକ୍ଟର, ମେଣ୍ଡରାଜପୁର ପଞ୍ଚାୟତର ୧୫୦ ହେକ୍ଟର, ଇନ୍ଦ୍ରାକ୍ଷୀ ପଞ୍ଚାୟତର ୬୦ ହେକ୍ଟର, କମଳାପୁର ପଞ୍ଚାୟତର ୧୬ ହେକ୍ଟର, ଡୁରା ପଞ୍ଚାୟତର ୧୮ ହେକ୍ଟର, ମନ୍ତ୍ରିଡି ପଞ୍ଚାୟତର ୨୦୨.୧୫ ହେକ୍ଟର, କୁଠାରସିଙ୍ଗି ପଞ୍ଚାତୟର ୪୦.୦୩ ହେକ୍ଟର ଓ ବିଶ୍ୱନାଥପୁର ପଞ୍ଚାୟତର ୧୧୭.୩୭ ହେକ୍ଟର ଧାନ ଫସଲ କ୍ଷତି ରହିଛି। ସେହିପରି ଖଲ୍ଲିକୋଟ ବ୍ଲକର ୬୦୯ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ୫୦ ପ୍ରତିଶତ କ୍ଷତି ହୋଇଥିବା ବେଳେ ୧୬୪ ହେକ୍ଟର ଜମିରେ ଧାନ ଫସଲ ୩୩ରୁ ୫୦ ପ୍ରତିଶତ ମଧ୍ୟରେ କ୍ଷତି ହୋଇଥିବା ଆକଳନ ହୋଇଛି। ଅନ୍ୟପକ୍ଷରେ ଲଘୁଚାପଜନିତ ଉକ୍ତ ବର୍ଷାରେ ଜିଲାର ଅନ୍ୟ ୯ ବ୍ଲକରେ ଫସଲ ପ୍ରଭାବିତ ହୋଇନି। ସୂଚନାଯୋଗ୍ୟ, ଅକ୍ଟୋବର ୨୩ ରୁ ୨୫ ତାରିଖ ମଧ୍ୟରେ ଜିଲାରେ ୧୭୮.୦୫ ମି.ମି. (ଆଭରେଜ୍‌) ବର୍ଷା ହୋଇଥିଲା। ସେଥିମଧ୍ୟରେ ୨୩ ତାରିଖରେ ୧୮.୧୬ ମି.ମି., ୨୪ ତାରିଖରେ ୧୨୫.୧୯ ମି.ମି. ଓ ୨୫ ତାରିଖରେ ୩୪.୭ ମି.ମି. ବର୍ଷା ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri