ବର୍ଷାରେ ଗଛ ପଡ଼ି ରାସ୍ତା ଅବରୋଧ

ଭଞ୍ଜନଗର,୧୪।୮(ଡି.ଏନ.ଏ)-ସୋମବାର ରାତିରେ ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିମ୍ବ ଗଛ ମଙ୍ଗଳବାର ପ୍ରତ୍ୟୁଷରେ ଭାଙ୍ଗି ଯାଇଥିଲା। ଫଳରେ ଉକ୍ତ ରାସ୍ତାରେ ସାଢ଼େ ୮ଟା ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିଥିଲା। ଭଞ୍ଜନଗର ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମେଶିନ ସହାୟତାରେ ଗଛଟିକୁ କାଟି ରାସ୍ତାରୁ ବାହାର କରିଥିଲେ। ଏହାପରେ ଗମନାଗମନ ଉକ୍ତ ରାସ୍ତାରେ ସ୍ବାଭାବିକ ହୋଇଥିଲା।