ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ ଅଞ୍ଚଳ ହୋଇଥିବାରୁ ଅତ୍ୟଧିକ ବର୍ଷା ହେଲେ କିମ୍ବା ନଦୀରେ ବନ୍ୟା ଆସିଲେ ଏସବୁ ପଞ୍ଚାୟତର ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ନଦୀବନ୍ଧ ସୁଦୃଢ କରିବା ଓ ବନ୍ୟା ଦାଉରୁ ବନ୍ଧକୁ ସୁରକ୍ଷା ଦେବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ଧର ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ କରାଯାଉଛି। କିନ୍ତୁ ଏହି କାର୍ଯ୍ୟ ଖରାଦିନେ ନ କରି ବର୍ଷାଦିନେ କରାଯାଉଛି। ଫଳରେ ଠିକ୍‌ ଭାବେ କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଠିକାଦାର ମନମୁଖି ଓ ନିମ୍ନମାନର କାର୍ଯ୍ୟ କରୁଥିବା କୁହାଯାଉଛି। ସୂଚନା ଅନୁଯାୟୀ, ତିରୁଣା ପଞ୍ଚାୟତ ଦେଇ ପ୍ରବାହିତ ବାଉଁଶ ଯୋରୀରେ ବନ୍ୟାଜଳ ନିୟନ୍ତ୍ରଣ କରିବା ସହିତ ଉଦବୃତ ଜଳ ନିଷ୍କାସନ ଓ ମରୁଡି ସମୟରେ ଚାଷଜମିକୁ ଜଳ ଯୋଗାଇବାକୁ ତେଲସରା ଓ ବାଲିକୁଦା ବ୍ଲକ ମାଛଗଁା ପଞ୍ଚାୟତର ଅସିଲଠାରେ ସ୍ଲୁଇସ ଗେଟ୍‌ ନିର୍ମାଣ କରାଯାଇଛି। ଏହିଠାରେ ବାଉଁଶ ଯୋରୀ ଦେବୀ ନଦୀ ସହିତ ମିଶିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏହି ପଠାଟି ପୂର୍ବରୁ ଚାରଣ ଭୂମି ଥିଲା। ଗୃହପାଳିତ ପଶୁ ଏଠାରେ ଚରାବୁଲା କରୁଥିଲେ। ସମୟ କ୍ରମେ ଦେବୀ ନଦୀରୁ ଅତଡ଼ା ଖସି ଏହି ଚାରଣ ଭୂମି ସମ୍ପୂର୍ଣ୍ଣ ଭାବେ ନଦୀଗର୍ଭରେ ଲୀନ ହେବାକୁ ବସିଛି। ଫଳରେ ନଦୀବନ୍ଧ ଓ ନଦୀ କୂଳିଆ ଗ୍ରାମ ପାଇଁ ବିପଦ ସୃଷ୍ଟି ହେଉଛି। ଏହାର ପ୍ରତିକାର ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଚଳିତବର୍ଷ ପଥର ପ୍ୟାକିଂ କରିବାକୁ ଟେଣ୍ଡର ଯୋଗେ ଜଣେ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି। ସମ୍ପୃକ୍ତ ଠିକାଦାର ସୂଚନା ଫଳକରେ ଦର୍ଶାଇଥିବା ତଥ୍ୟ ଅନୁସାରେ ପଥର ପ୍ୟାକିଂ ବାବଦକୁ ୬୮ଲକ୍ଷ ୮୩ ହଜାର ୦୯୯ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଠିକାଦାରଙ୍କୁ ୫୮ଲକ୍ଷ ୫୧ହଜାର ୩୨୨ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯିବାର ଚୁକ୍ତି କରାଯାଇଛି। ଏହି କାର୍ଯ୍ୟ ଆରମ୍ଭ ତାରିଖ ୩ ଜୁନ ୨୦୧୯ ଥିବାବେଳେ ଶେଷ ତାରିଖ ୨ ଡିସେମ୍ବର ୨୦୧୯ ରଖାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ପୃକ୍ତ ଠିକାଦାର ସପ୍ତାହ ପୂର୍ବରୁ ନଦୀବନ୍ଧ ନିକଟରେ ମାତ୍ର କେଇ ହାତ ମାଟି ଖୋଳି କିଛି ପଥର ପକାଇ ସୂଚନା ଫଳକ ଲଗାଇ ଉଭାନ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ସ୍ଲୁଇସ ନିକଟରେ ମାସାଧିକ କାଳ ଏହି ପଥର ପଡ଼ିରହିଥିଲା। କିନ୍ତୁ ଏହି ୧୦ ଦିନ ହେବ ଉକ୍ତ ପଥରକୁ ନଦୀ ତଳକୁ ଖସାଯାଇ ମାଟି ପକାଯାଇଛି। ଏଥିସହ ସ୍ଲୁଇସ ଗେଟ୍‌ ନିକଟରେ ସୂଚନା ଫଳକ ଲଗାଯାଇଛି। ବର୍ତ୍ତମାନ ବର୍ଷାଦିନ ଯୋଗୁ ନଦୀରେ ବନ୍ୟା ପାଣି ପ୍ରବେଶ କରି ନଦୀ ଫୁଲି ରହିଛି। ଏପରିକି ପଥର ପ୍ୟାକିଂ ସ୍ଥାନରେ ଅତଡ଼ା ମଧ୍ୟ ଖାଉଛି। ଏହି ସମୟରେ ଠିକାଦାର ନାମକୁମାତ୍ର କେଇ ଖଣ୍ଡ ପଥର ପକାଇ ସୂଚନା ଫଳକ ଲଗାଇ ବିଲ କରି ନେବାକୁ ମସୁଧା କରୁଥିବା କୁହାଯାଉଛି। ଏ ସମ୍ପର୍କରେ ବାଲିକୁଦା ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଉତ କହିଛନ୍ତି ଯେ, କାଯର୍‌ୟ କରିବାର ଅବଧି ଶେଷ ହୋଇନାହିଁ। ଠିକ୍‌ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri