ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ ହେଲାଣି ହେଲେ ଚାଷ ପାଇଁ ଆଶାନୁରୂପ ବର୍ଷା ଏଯାଏ ହୋଇନାହିଁ। ବର୍ଷାଭାବ ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଚାଷୀମାନେ ବର୍ଷାକୁ ଚାହିଁ ବସିଛନ୍ତି। ଯାହା କିଛି ବର୍ଷା ହୋଇଛି ତାହା ଚାଷ ଉପଯୋଗୀ ହୋଇନାହିଁ। ବର୍ଷା ଅଭାବରୁ ଅଧିକାଂଶ ଚାଷୀ ବିଲରେ ଧାନ ତଳି ପକାଇ ପାରୁନାହାନ୍ତି। ଭଣ୍ଡାରିପୋଖରୀ ବ୍ଲକ ଏକ ବନ୍ୟାପ୍ଲାବିତ ଅଞ୍ଚଳ। ଚଳିତବର୍ଷ କୃଷି ପାଇଁ ଉପଯୁକ୍ତ ପାଗ ନ ମିଳିବାରୁ ଅଧିକାଂଶ ଚାଷୀ ଖରିଫ ବିହନ ପକାଇ ପାରୁନାହାନ୍ତି।
ବର୍ଷା ରେକର୍ଡରୁ ଯାହା ଜଣାପଡ଼ିଛି, ଗତ ମେ ୩ ତାରିଖରେ ୩୦ ମି.ମି. ଓ ୪ ତାରିଖରେ ୩୮ ମି.ମି. ବର୍ଷା ହୋଇଥିଲା। ଜୁନ ୧ ରୁ ୨୦ ପର୍ଯ୍ୟନ୍ତ ବର୍ଷା ଆଦୌ ହୋଇ ନ ଥିବାବେଳେ ୨୧ ତାରିଖରେ ୧୮ ମି.ମି., ୨୨ରେ ୮ ମି.ମି., ୨୮ରେ ୫୨ ମି.ମି. ଓ ୩୦ ତାରିଖରେ ୧୭ ମି.ମି. ବର୍ଷା ହୋଇଥିଲା। ଚଳିତମାସ ୧ ତାରିଖରେ ୨୦ ମି.ମି,, ୬ରେ ୧୩ ମି.ମି., ୮ ରେ ୬ ମି.ମି. ଓ ୧୦ ତାରିଖରେ ୮ ମି.ମି. ବର୍ଷା ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ରେକର୍ଡ କରାଯାଇଛି। ଏହି ଦିନଗୁଡିକ ବାଦ୍‌ ଦେଲେ ଅନ୍ୟ ଦିନରେ ଆଦୌ ବର୍ଷା ହୋଇନାହିଁ। ଯାହା ବର୍ଷା ହୋଇଥିଲା ତାହା ଶୁଖିବା ପରେ ଚାଷ କାର୍ଯ୍ୟ ବିଳମ୍ବ ଦେଖି ଚାଷୀ ଅଧିକାଂଶ ସ୍ଥାନରେ ତଳି ପକାଇଥିଲେ। ସେଗୁଡ଼ିକ ଶୁଖିଗଲାଣି। ସ୍ବଳ୍ପ ବୃଷ୍ଟିପାତକୁ ନେଇ କେତେକ ଚାଷୀ ଶୁଖିଲା ବିଲରେ ତଳି ପକାଇଛନ୍ତି। ଚଳିତବର୍ଷ ପାଣିପାଗ ଖରିଫ ଧାନ ଚାଷରେ ବାଧକ ହୋଇଛି। ଚାଷଜମି ପଡ଼ିଆ ପଡିଥିବା ବେଳେ ଗୋରୁଗାଈ ଚରୁଛନ୍ତି। ଗଡ଼ିଆ, ପୋଖରୀ, ନାଳ, ନୟନଯୋରୀ ସବୁ ଶୁଖିଲା ପଡ଼ିଛି। କେନାଲ ଅଞ୍ଚଳର ଚାଷୀ କେନାଲରେ ପାଣି ଛାଡ଼ିବାକୁ ଦାବି କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ପ୍ରତିବର୍ଷ ଜୁଲାଇ ୧୦ ତାରିଖରେ ଜଳସମ୍ପଦ ବିଭାଗ ଖରିଫ ଚାଷ ପାଇଁ କେନାଲରେ ପାଣି ଯୋଗାଇଥାଏ। ଏବର୍ଷ ଜଳସେଚନ ବିଭାଗ ନିର୍ଦ୍ଧାରିତ ସମୟରେ ଜଳସେଚିତ ଜମିକୁ ଜଳ ଯୋଗାଇବାକୁ ସକ୍ଷମ ହୋଇପାରି ନାହିଁ। ଆଖୁଆପଦାସ୍ଥିତ ବୈତରଣୀ ଆନିକଟ ସିଷ୍ଟମ ସହ ମାଳଆନନ୍ଦପୁର, ରୁଢିଆ ଆନିକଟ ମରାମତି ସରି ନ ଥିବାରୁ ଜଳ ଯୋଗାଣ ହୋଇପାରୁ ନ ଥିବା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ତୁରନ୍ତ କେନାଲରେ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାକୁ ବିଭିନ୍ନ ପାଣି ପଞ୍ଚାୟତ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଆଖୁଆପଦା ଜଳ ସମ୍ପଦ ବିଭାଗ ଏସ୍‌ଡିଓ ଶଙ୍କର୍ଷଣ ବେହେରା କହିଛନ୍ତି ଯେ, ଉପରମୁଣ୍ଡରେ ବର୍ଷା ନାହିଁ। ପାଣି କେଉଁଠୁ ଅଣାଯିବ। ଯାହା ଥିଲା କେନାଲରେ ଛଡ଼ାଯାଇଛି। ଜଳସେଚନ ବ୍ୟବସ୍ଥା ପାଇଁ ନିର୍ମାଣ କରାଯାଇଥିବା କେନାଲଗୁଡିକ ସଫା କରାଯାଉ ନ ଥିବାରୁ କଳମବଣରେ ଭର୍ତ୍ତି ହୋଇଛି। ଶାଳନିଆ ଜଳସେଚନ ଉପଖଣ୍ଡ ମଞ୍ଜୁରିରୋଡ ସେକ୍ସନ ଅଧୀନରେ ଥିବା ବିରିଡି-କେନ୍ଦୁଆପଦା ମାଇନର କେନାଲରେ କଳମବଣ ସାଙ୍ଗକୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ପାଣି ଅଭାବରୁ ବିଳମ୍ବରେ ଚାଷ କାମ ଆରମ୍ଭ କଲେ ଅଧିକ ଖର୍ଚ୍ଚାନ୍ତ ହେବା ସହ ଅମଳ ମଧ୍ୟ ହ୍ରାସ ଘଟିବ ବୋଲି ରାଣୀଗଡ଼ିଆ ଗ୍ରାମର ଚାଷୀ ଜଡ଼ା ସାମଲ, ଦେଉଳପଦୀ ଗ୍ରାମର ଦେବେନ୍ଦ୍ର ସାମଲ, ରାଣିଗଡିଆ ଗ୍ରାମର କୈଳାସ ସାମଲ ଓ ନାଉରିଗଡ଼ିଆ ଗ୍ରାମର ଦିଲୀପ ସ୍ବାଇଁ ପ୍ରମୁଖ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri