ବରୁଣେଇ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪।୧୨: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏହା ସହ ମନ୍ଦିର ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଥିବା ଜଣାପଡ଼ିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।