ବରୀ ବ୍ଲକରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନର ତତ୍ପରତା: ବିଭିନ୍ନ ଛକକୁ କରାଯାଉଛି ସାନିଟାଇଜେଶନ୍‌

ରତ୍ନଗିରି,୨।୫(ଡି.ଏନ୍‌.ଏ.): ଶନିବାର ଯାଜପୁର ଜିଲାରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବରୀ ବ୍ଲକ ଅଞ୍ଚଳର ୩ ଜଣ ରହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ଏହି ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ଓ ପରେ ପରେ ଉଦୟନାଥପୁର ଓ ବାଇଁଶିରିଆ  ପଞ୍ଚାୟତରେ ଅନ୍ୟ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ କଳାମାଟିଆ ପଞ୍ଚାୟତର ବ୍ୟାଙ୍କ ଛକ, ସହିଦ ପୀଠ ଚିକିତ୍ସା କେନ୍ଦ୍ର ଛକ, ପୋଷ୍ଟ ଅଫିସ ଛକ, ତାରିଣୀ ଛକ, କଚେରୀ ଛକ ପ୍ରଭୃତି ଅଞ୍ଚଳକୁ ଦମକଳ ବାହିନୀ ସାହାଯ୍ୟରେ ବରୀ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜେଶନ କରାଯାଇଛି। ଆଗାମୀ ଦିନରେ ଏହି ବ୍ଲକ ଅଧୀନସ୍ଥ ବିଭିନ୍ନ ଜନଗହଳି ଓ ବ୍ୟବସାୟିକ ପେଣ୍ଠସ୍ଥଳୀଗୁଡିକ ସାନିଟାଇଜେଶନ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।