ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ଘର ପାଖରେ ବ୍ୟାଙ୍କସେବା

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ମହାମାରୀ ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ଏବଂ ବୟସ୍କ ଭିନ୍ନକ୍ଷମମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନେ ନିଜର ଜରୁରୀ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଉଚିତ ବ୍ୟାଙ୍କସେବା ଯୋଗାଇ ଦିଆଯାଉ ନ ଥିବାରୁ ପ୍ରତ୍ୟେକଙ୍କ ଘର ପାଖରେ ବ୍ୟାଙ୍କସେବା ଯୋଗାଇଦେବାକୁ ୨୦୧୭ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ବ୍ୟାଙ୍କଗୁଡିକ ଦ୍ବାରା ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଅର୍ଥ ସଚିବ ରାଜ୍ୟର ବ୍ୟାଙ୍କ ମୁଖ୍ୟମାନଙ୍କୁ ତଥା ରିଜର୍ଭ ବ୍ୟାଙ୍କକୁ ତଦାରଖ କରିବା ପାଇଁ କହିଛନ୍ତି। ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ବୟସ୍କ ବ୍ୟକ୍ତିମାନେ ଆକାଉଣ୍ଟରୁ ଅର୍ଥ ଉଠାଣ, ଜମା, ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ, କଓ୍ବୋଇସି ତଥ୍ୟ ଉପସ୍ଥାପନ ଇତ୍ୟାଦି ଘର ପାଖରେ ପାଇପାରିବେ। ଏ ବାବଦରେ କୌଣସି ଦେୟ ଦେବାକୁ ପଡ଼ିବନାହିଁ। ଏହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ସଚିବ ଗୁରୁତ୍ୱାରୋପ କରିଛନ୍ତି।