ବରମୁଣ୍ଡାରୁ ଅଧକୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ଓଡ଼ିଶା ପାଲଟିଛି ବ୍ରାଉନସୁଗାର କାରବାରର ଗନ୍ତାଘର। ଯେତେ ଜବତ ହେଉଛି, ସେତେ ବାହାରୁଛି। ବିଶେଷକରି ବାଂଲାଦେଶ ଓ କଲିକତାରୁ ଓଡ଼ିଶା ଆସୁଥିବା ଏହି ବ୍ରାଉନସୁଗାରର ବଡ଼ ବଜାର ପାଲଟିଛି ରାଜଧାନୀ ଭୁବନେଶ୍ୱର। ଇତିମଧ୍ୟରେ ବହୁ ହୋଲ୍‌ସେଲର, ଡିଲରଙ୍କଠାରୁ ଆରମ୍ଭ କରି ଏଜେଣ୍ଟ, ଦଲାଲ ଓ ଖୁଚୁରା ବେପାରୀ ଭୁବନେଶ୍ୱରକୁ ଆସି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏବଂ କମିଶନରେଟ ପୋଲିସ ହାତରେ ଧରାପଡିଥିଲେ ମଧ୍ୟ ଏହି ବେଆଇନ ବେପାର ବନ୍ଦ ହେବାର ନାଁ ଧରୁନି। ସୋମବାର ଏସ୍‌ଟିଏଫ୍‌ ବରମୁଣ୍ଡାରୁ ୬ ପ୍ୟାକେଟରେ ଥିବା ୪୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ଅଧକୋଟି ହେବ। ତେବେ ଏହାକୁ ଚୋରା ଚାଲାଣ କରୁଥିବା ବାଲେଶ୍ୱରର ଦୁଇଜଣ ବ୍ରାଉନସୁଗାର ଡିଲରଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ସହଦେବଖୁଣ୍ଡା ଗଳାପୋଲ ଅଞ୍ଚଳର ସେକ୍‌ ସାରୁକ୍‌ ଓ ସୁନହଟ ଅଞ୍ଚଳର ସଞ୍ଜୀବ କୁମାର ଦେହୁରୀ। ଦଫା ୨୧(ସି)୨୯ ଏନ୍‌ଡିପିଏସ୍‌ରେ ମାମଲା (ନଂ.୧୪/୨୦) ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଟିଏଫ୍‌ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

କିଭଳି ଥିଲା ଏସ୍‌ଟିଏଫ୍‌ ଅପରେଶନ
କିଛି ମାସ ହେବ ବ୍ରାଉନସୁଗାର କାରବାର ଉପରେ ପୂରା ନଜର ରଖିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସୁରାକ ପାଇବାମାତ୍ରେ ଯୋଜନା କରି ଧରୁଛି। ଇତିମଧ୍ୟରେ ବହୁ ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର ମାଫିଆ, ହୋଲ୍‌ସେଲରଙ୍କଠାରୁ ଛୋଟ ବେପାରୀ ଏସ୍‌ଟିଏଫ୍‌ ଜାଲରେ ଫସିଛନ୍ତି। ସେମାନଙ୍କୁ ପଚରାଉଚରା କରି ଅନ୍ୟମାନଙ୍କୁ ଖୋଜି ବାହାର କରୁଛି। ରବିବାର ଗିରଫ ସାରୁକ୍‌ ଓ ସଞ୍ଜୀବଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌କୁ ପୂର୍ବରୁ ସୂଚନା ମିଳିଥିଲା। ସେମାନେ ହେଉଛନ୍ତି କୋଲକାତା, ଖଡ଼ଗପୁର, ମୁର୍ସିଦାବାଦ ଓ ଓଡ଼ିଶାର ଜଳେଶ୍ୱରରେ ଥିବା ହୋଲ୍‌ସେଲରଙ୍କଠାରୁ ବ୍ରାଉନସୁଗାର ଆଣି ଡିଲରଶିପ୍‌ କରନ୍ତି। ସେମାନଙ୍କ ପାଖରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ସବ୍‌ଡିଲର ଓ ଏଜେଣ୍ଟମାନେ ବ୍ରାଉନସୁଗାର ଆଣି ଖୁଚୁରା ବେପାରୀଙ୍କୁ ଦେଇଥାନ୍ତି। କିନ୍ତୁ କିଛିଦିନ ହେବ ଏସ୍‌ଟିଏଫ୍‌ ଓ ପୋଲିସର ଧରାପଗଡ଼ ଚାଲିଥିବାରୁ ବିଶେଷକରି ସବ୍‌ଡିଲର ଓ ଏଜେଣ୍ଟମାନେ ସେମାନଙ୍କ ନିକଟକୁ ଯିବାକୁ ଭୟ କରୁଛନ୍ତି। ତେଣୁ ସେମାନେ ନିଜେ ବସ୍‌, ବାଇକ୍‌ ଓ ଟ୍ରେନ୍‌ରେ ଆସି ବ୍ରାଉନସୁଗାର ପହଞ୍ଚାଉଛନ୍ତି। ସାରୁକ୍‌ ଓ ସଞ୍ଜୀବ କୋଲକାତାର ଜଣେ ହୋଲ୍‌ସେଲରଙ୍କଠାରୁ ବ୍ରାଉନସୁଗାର ଆଣି ବସ୍‌ରେ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ୍‌ ବରମୁଣ୍ଡା ସମେତ ଆଉ କେତେକ ସ୍ଥାନରେ ଜଗି ରହିଥିଲା। ସେମାନେ ବସ୍‌ଷ୍ଟାଣ୍ଡରେ ପହଞ୍ଚତ୍ ବାହାରକୁ ଆସି ପେଟ୍ରୋଲପମ୍ପ୍‌ ନିକଟରେ ବେପାରୀଙ୍କୁ ଅପେକ୍ଷା କରିଥିବାବେଳେ ଏସ୍‌ଟିଏଫ୍‌ ଅଧିକାରୀମାନେ ଘେରିଯାଇ କାବୁ କରିନେଇଥିଲେ। ଯାଞ୍ଚ କରିବାରୁ ସେମାନଙ୍କ ପକେଟରୁ ୭ ବ୍ରାଉନସୁଗାର ପ୍ୟାକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri