ବରଫରେ ଡିମ୍ବାଣୁ ସଂରକ୍ଷଣ

‘କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡାଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ ତିଆରି କରୁଛନ୍ତି । ଏହାକୁ ନିଜର ଜରାୟୁରେ ସ୍ଥାପନ କରି ଗର୍ଭ ସଞ୍ଚାର କରିବାକୁ ସକ୍ଷମ ହେଉଛନ୍ତି। ଅଣ୍ଡାକୁ ଡିମ୍ବାଶୟରୁ ସଂଗ୍ରହ କରିବାକୁ ହେଲେ ପ୍ରଥମେ ନିଶା ଦେଇ ଅଚେତ କରାଯାଏ। ଏହାପରେ ଅଣ୍ଡାକୁ ଡିମ୍ବାଶୟରୁ କାଢ଼ି ବରଫରେ ସଂରକ୍ଷଣ ହୁଏ। ଅନେକ ବର୍ଷ ପର୍ଯ୍ୟନ୍ତ ଏହା ରଖାଯାଇପାରେ।“

କର୍ମଜୀବୀ ଯୁବତୀମାନଙ୍କର ଡିମ୍ବାଣୁ ବରଫରେ ବହୁବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରୁଛି। ଫଳରେ ସେମାନେ ସନ୍ତାନ ଜନ୍ମକୁ ନିଜ ଇଚ୍ଛା ଅନୁସାରେ ବିଳମ୍ବିତ କରିପାରୁଛନ୍ତି। ଏହି ପଦ୍ଧତି ସେମାନଙ୍କୁ ଉତ୍ସାହିତ କରୁଛି। ବିଜ୍ଞାନ ଏହି ଅପ୍ରାକୃତିକ କାର୍ଯ୍ୟ ସହିତ ସମ୍ମତ ନୁହେଁ। ଆଧୁନିକ ସମାଜରେ ଅନେକ ମହିଳା କେବଳ ଗୃହିଣୀ ନ ହୋଇ କର୍ମଜୀବୀ ହେଉଛନ୍ତି। ସନ୍ତାନ ଜନ୍ମ କରିବାକୁ ବିବାହ ପରେ ପରେ ଇଚ୍ଛା କରୁନାହାନ୍ତି। ସ୍ବାମୀ ସହିତ ନିଜେ ରୋଜଗାରକ୍ଷମ ହୋଇ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ କରୁଛନ୍ତି। ନିଜ ପିଲାମାନଙ୍କୁ ଉନ୍ନତ ସ୍କୁଲ କଲେଜରେ ପଢ଼ାଇବାକୁ ସକ୍ଷମ ହେଉଛନ୍ତି। ସମାଜରେ ନିଜର ପ୍ରାଧାନ୍ୟ ଜାହିର କରିପାରୁଛନ୍ତି। ଏହା ସେମାନଙ୍କୁ ଆନନ୍ଦ ଦେଉଛି। କିନ୍ତୁ ନିଜ ସନ୍ତାନର ଲାଳନ ପାଳନ ଦାୟିତ୍ୱ ଅନ୍ୟ ଉପରେ ବାଧ୍ୟହୋଇ ନ୍ୟସ୍ତ କରୁଛନ୍ତି। ଫଳରେ ଶିଶୁ ମାତୃସ୍ନେହ ପାଇପାରୁନାହିଁ। ଏହା ଶିଶୁର ମନରେ ମନସ୍ତାତ୍ତ୍ୱିକ ବିଦ୍ରୋହ ସୃଷ୍ଟି କରୁଛି। ବଡ଼ ହେଲା ପରେ ମାତାପିତାଙ୍କଠାରୁ ସ୍ନେହ ଓ ବନ୍ଧନ ବିଚ୍ଛିନ୍ନ ହେଉଛି। ସେମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହା ସବୁ ମା’ଙ୍କଠାରେ ପରିଲକ୍ଷିତ ହେଉନାହିଁ। କେତେକ ମହିଳା ଅଧିକ ସମୟ ଦେଇ ଶିଶୁମାନଙ୍କର ଯନତ୍ ନେଉଛନ୍ତି। କିନ୍ତୁ ଆଦ୍ୟ ଯୌବନରେ ସନ୍ତାନ ପ୍ରସବ ନ କରି ଅର୍ଥ ଓ ପଦବୀ ଲାଳସାରେ ୩୫ ବର୍ଷ ବେଳକୁ କୃତ୍ରିମ ଉପାୟରେ ଶିଶୁ ଜନ୍ମ କରିବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁ। ଏହା ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଛି। ସେଥିପାଇଁ ଯୁବତୀମାନେ ନିଜର ଡିମ୍ବାଣୁକୁ ଡିମ୍ବାଶୟରୁ କାଢ଼ି ବରଫରେ ବହୁବର୍ଷ ସଂରକ୍ଷଣ କରୁଛନ୍ତି। ନିଜ ଇଚ୍ଛା ଅନୁସାରେ କୃତ୍ରିମ ଉପାୟରେ ପରୀକ୍ଷାଗାରରେ ସ୍ବାମୀ କିମ୍ବା ଅନ୍ୟ ପୁରୁଷଙ୍କ ଶୁକ୍ରକୀଟ ସହିତ ସଂଯୋଗ କରି ଭ୍ରୂଣ ସୃଷ୍ଟି କରୁଛନ୍ତି। ଏହାକୁ ଜରାୟୁରେ ସ୍ଥାପନ କରି ସନ୍ତାନ ଜନ୍ମ କରୁଛନ୍ତି। ଏହା ସବୁ କ୍ଷେତ୍ରରେ ସଫଳ ହେଉନାହିଁ। ଏହି ଉପାୟରେ ଏକାଥରକେ ଦୁଇ କିମ୍ବା ତିନୋଟି ଶିଶୁ ଜନ୍ମ ହେଉଛନ୍ତି। ଏମାନେ ପୂର୍ଣ୍ଣତ୍ୱ ପ୍ରାପ୍ତ ପୂର୍ବରୁ ଛୋଟହୋଇ ଜନ୍ମ ହେଉଛନ୍ତି। ଏକାବେଳେ ୨-୩ଟି ଶିଶୁର ଲାଳନପାଳନ କରିବା ସହଜ ନୁହେଁ। ତେଣୁ ସେମାନେ ଅବହେଳିତ ହେଉଛନ୍ତି। ଉପଯୁକ୍ତ ମାତୃସ୍ନେହ ପାଇପାରୁ ନାହାନ୍ତି। ବଡ଼ ହେଲାପରେ ମାତାପିତାଙ୍କଠାରୁ ବିଚ୍ଛିନ୍ନ ହୋଇଯାଉଛନ୍ତି।
ବିଭିନ୍ନ ସହରରେ ଅନେକ ବନ୍ଧ୍ୟାରୋଗ ଚିକିତ୍ସା କ୍ଲିନିକ ସ୍ଥାପନ ହେଲାଣି। ୨୫ ପ୍ରତିଶତ ଯୁବତୀ ଏହା ସନ୍ଧାନରେ। ସେମାନଙ୍କର ବୟସ ଗଡ଼ି ଯାଇଥିବାରୁ ଶିଶୁ ଜନ୍ମ ପାଇଁ ବ୍ୟାକୁଳ। ଏହାର ସୁଯୋଗ ନେଇ ଏହି କ୍ଲିନିକଗୁଡ଼ିକ ବହୁ ଅର୍ଥ ରୋଜଗାର କରନ୍ତି। କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡା ଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ ତିଆରି କରୁଛନ୍ତି। ଏହାକୁ ନିଜର ଜରାୟୁରେ ସ୍ଥାପନ କରି ଗର୍ଭସଞ୍ଚାର କରିବାକୁ ସକ୍ଷମ ହେଉଛନ୍ତି। ଅଣ୍ଡାକୁ ଡିମ୍ବାଶୟରୁ ସଂଗ୍ରହ କରିବାକୁ ହେଲେ ପ୍ରଥମେ ନିଶା ଦେଇ ଅଚେତ କରାଯାଏ। ଏହାପରେ ଅଣ୍ଡାକୁ ଡିମ୍ବାଶୟରୁ କାଢ଼ି ବରଫରେ ସଂରକ୍ଷଣ ହୁଏ। ଅନେକ ବର୍ଷ ପର୍ଯ୍ୟନ୍ତ ଏହା ରଖାଯାଇପାରେ। ସେଥିପାଇଁ ଅଣ୍ଡା ବ୍ୟାଙ୍କର ମାଲିକଙ୍କୁ ବହୁ ଅର୍ଥ ବାର୍ଷିକ ଭଡ଼ା ଆକାରରେ ଦିଆଯାଏ। ଏହି ଉପାୟରେ ପ୍ରଥମେ ୧୯୭୮ ମସିହାରେ ଲୁଇସ ବ୍ରାଉନ ନାମକ ଶିଶୁକନ୍ୟା ଆମେରିକାରେ ଜନ୍ମ ହୋଇଥିଲା। ବର୍ତ୍ତମାନ ସେ ମା’ ହୋଇଗଲାଣି। ୧୯୮୦ ମସିହା ବେଳକୁ ଏହି ପଦ୍ଧତିରେ ସଫଳତା ୧୦ରୁ ୧୫ ପ୍ରତିଶତରେ ସୀମିତ ରହିଲା। ଏହାର ଅଧିକ ସଫଳତା ପାଇଁ ଅଣ୍ଡା ସଂଗ୍ରହ କରାଯାଉଥିବା ମହିଳାଙ୍କୁ ବେଶି ପରିମାଣର ହର୍‌ମୋନ ଇଂଜେକ୍ସନ ଦିଆଗଲା। ଫଳରେ ଅଣ୍ଡାର ଆକୃତି ବୃଦ୍ଧି ହୋଇ ପୂର୍ଣ୍ଣତ୍ୱ ପ୍ରାପ୍ତି ହେଲା। ଏହାକୁ ଯୋନି ଓ ଜରାୟୁ ମଧ୍ୟ ଦେଇ ଗୋଟିଏ ଲମ୍ବା ଛୁଞ୍ଚି ଦ୍ୱାରା ଡିମ୍ବାଶୟରୁ କାଢ଼ି ନିଆଗଲା। ପରେ ଏହାକୁ ବରଫରେ ସଂରକ୍ଷଣ କରାଗଲା।
ମସିହା ବେଳକୁ ପୁରୁଷମାନଙ୍କର ଶୁକ୍ରକୀଟ ଅସ୍ବାଭାବିକ ହୋଇ ପରିମାଣ କମିବାରେ ଲାଗିଲା। ତେଣୁ ସୁସ୍ଥ ଶୁକ୍ରକୁ ସଂଗ୍ରହ କରି ଡିମ୍ବାଣୁ ମଧ୍ୟରେ ଇଂଜେକ୍ସନ ଦିଆଗଲା। ଫଳରେ ଅନେକ ପୁରୁଷ ବନ୍ଧ୍ୟା ସନ୍ତାନ ଲାଭ କଲେ। ଡିମ୍ବାଣୁ ହେଉଛି ଶରୀରର ବୃହତ୍ତମ ଜୀବକୋଷ। ଏହାକୁ ବରଫରେ ସଂରକ୍ଷଣ କରିବା କଷ୍ଟ। ଏଥିରେ ବହୁତ ପାଣି ଥିବାରୁ ବରଫ ଗୁଣ୍ଡ ଏହା ଭିତରେ ଜମିଯାଇ କ୍ଷତି କରେ।
୩୨ ବର୍ଷ ମହିଳାଙ୍କର ବରଫିକୃତ ଡିମ୍ବାଣୁ ୪୨ ବର୍ଷ ମହିଳାଙ୍କ ସଦ୍ୟ ସଂଗୃହୀତ ଡିମ୍ବାଣୁ ଭ୍ରୂଣ ସୃଷ୍ଟି କରିବାରେ ସମାନ ସଫଳତା ଦିଏ। ବରଫରେ ସଂରକ୍ଷିତ ଡିମ୍ବାଣୁକୁ ଶୁକ୍ରକୀଟ ସହିତ ସଂଯୋଗ କରି ଜରାୟୁରେ ସ୍ଥାପନ କରିବା ଅପେକ୍ଷା ୫ ଦିନ ପରୀକ୍ଷାଗାରରେ ରଖିଲେ ଏହା ବ୍ଲାଷ୍ଟୋସିଷ୍ଟରେ ପରିଣତ ହୁଏ। ଏଥିରେ ୧୦୦ଟି ଜୀବକୋଷ ସୃଷ୍ଟି ହୋଇଥାଏ। ଏହାକୁ ନେଇ ଜରାୟୁରେ ସ୍ଥାପନ କଲେ ଅଧିକ ସଫଳତା ମିଳେ। ପରୀକ୍ଷାଗାରର ରାସାୟନିକ ପରିବେଶ ଜରାୟୁର ସଂଲଗ୍ନ ଫାଲୋପିଆନ ନଳୀ ସହିତ ସମାନ। ସୁସ୍ଥ ଏବଂ ବଡ଼ ବ୍ଲାଷ୍ଟୋସିଷ୍ଟରୁ କେବଳ ଗୋଟିଏ ଶିଶୁ ଜନ୍ମ ନେବ। ଦୁଇ କିମ୍ବା ୩ଟି ଶିଶୁ ଜନ୍ମହେବାର ସମ୍ଭାବନା ନ ଥାଏ। ଅନ୍ୟ ଗୋଟିଏ ନୂତନ ଉଦ୍ଭାବନ ହେଉଛି ଭ୍ରୂଣକୁ ଗୋଟିଏ ଜୈବିକ ଖୋଳ ମଧ୍ୟରେ ରଖି ଯୋନିରେ ରଖିଦେଲେ ୫ ଦିନରେ ବ୍ଲାଷ୍ଟୋସିଷ୍ଟରେ ପରିଣତ ହେବ। ପରୀକ୍ଷାଗାରରେ ଇନ୍‌କ୍ୟୁବେଟରରେ ପାଞ୍ଚଦିନ ରଖିବା ଆବଶ୍ୟକ ନାହିଁ। ସ୍ତ୍ରୀରୋଗ ବିଶେଷଜ୍ଞ ପଲସନଙ୍କ ମତରେ, ନିକଟରେ ଆଦିକୋଷ ଗବେଷଣାରୁ ଜଣାଯାଏ ଯେ ଚର୍ମ କୋଷରୁ ଶୁକ୍ରକୀଟ ଓ ଡିମ୍ବାଣୁ ସୃଷ୍ଟି ହୋଇପାରିବ। ଏହାଦ୍ୱାରା ଡିଏନ୍‌ଏର କୌଣସି ପରିବର୍ତ୍ତନ ହେବନାହିଁ।
ବୟସ୍କ ମହିଳାଙ୍କ ଡିଏନ୍‌ଏ ଅସ୍ବାଭାବିକ ହୋଇଯାଏ। ଏହି ଭ୍ରୂଣ ଜରାୟୁରେ ବଢ଼ୁଥିବା ଅବସ୍ଥାରେ ନଷ୍ଟ ହୋଇଯାଏ। ଏହାକୁ ମିସ୍‌କାରେଜ କୁହାଯାଏ। ହର୍‌ମୋନ ଦେଇ ଓଭାରିକୁ ଉଦ୍ଦୀପିତ କଲେ ବଡ଼ ଆକାରରେ ସୁସ୍ଥ ଡିମ୍ବାଣୁ ସୃଷ୍ଟି ହୁଏ। ଏହାକୁ ବରଫରେ ସଂରକ୍ଷଣ କରାଯାଉଛି। ପରୀକ୍ଷାଗାରରେ ଶୁକ୍ରକୀଟ ସହିତ ସଂଯୋଗ କଲେ ଭ୍ରୂଣ ତିଆରି ହେବ। ଏହାକୁ ଜରାୟୁରେ ସ୍ଥାପନ କଲେ ଗର୍ଭଧାରଣ ହୁଏ। ଏଥିରେ ସଫଳତା ଅପେକ୍ଷା ବିଫଳତା ବେଶି। ତେଣୁ ଏହି ଅନିଶ୍ଚିତ ପଦ୍ଧତିକୁ ଗ୍ରହଣ କରି ଅଯଥା ଖର୍ଚ୍ଚାନ୍ତ ହେବା ଶ୍ରେୟସ୍କର ନୁହେଁ। ଆଧୁନିକ ବ୍ଲାଷ୍ଟୋସିଷ୍ଟ ପ୍ରତିରୋପଣ କରି ଶିଶୁ ଜନ୍ମ ହେବା ଉତ୍କୃଷ୍ଟ ପନ୍ଥା।

ଡା. ଦ୍ୱିଜେଶ କୁମାର ପଣ୍ଡା

-ଏମ୍‌ଡି ପିଏଚ୍‌ଡି(ମେଡିସିନ)
ବରିଷ୍ଠ ବୈଜ୍ଞାନିକ, ୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ଫୋ: ୦୬୭୪-୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri