ବରଗଡ଼ ସିଟି ହସ୍‌ପିଟାଲ ଦାବି: ସେଲ୍ଫିଜୋନ୍‌ ଆଗରେ ସଚେତନ ନାଗରିକ ମଞ୍ଚର ଧାରଣା

ବରଗଡ଼ ଅଫିସ୍‌,୧।୨- ବରଗଡ଼ ସହରରୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି) ନିକଟକୁ ଜିଲା ମୁଖ୍ୟ ଡାକ୍ତରଖାନା ଉଠିଯିବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ଦାବିରେ ଶନିବାର ବରଗଡ଼ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ନିକଟ ସେଲ୍ଫିଜୋନ୍‌ (ଆଇ ଲଭ୍‌ ବରଗଡ଼) ଆଗରେ ଧାରଣା ଦିଆଯାଇଛି। ରମେଶ ମହାପାତ୍ର, ଭବାନୀ ପ୍ରସାଦ ସାହୁ, ଗୁରପ୍ରୀତ ସିଂ, ସୁରେଶୁ ନେକାଣ୍ଟି, ପବିତ୍ର ଦେହୁରୀ, ମେରିୟମ ବାର୍ଲା ପ୍ରମୁଖ କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି।