ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଲେ ଟଙ୍କଧର ମେହେର। ମେହେରଙ୍କ ବରଗଡ଼ ବାଲାଜୀ ସିଟି କୋଠାଘର ସମେତ ସର୍ଗିବାହାଲ ଗ୍ରାମର ପୈତୃକ ବାସଗୃହ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଘସିଆନସ୍ଥିତ ଶ୍ବଶୁର ଘର, ସରକାରୀ ଅଫିସ ଆଦି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି। ସରକାରୀ ବାସଭବନରେ ଗତ ୬ ମାସ ହେଲା ସେ ରହୁ ନ ଥିବା ଯୋଗୁ ସେଠାରେ ତଲାସୀ ହୋଇ ନାହିଁ। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବୀରେନ୍ଦ୍ର କୁମାର ନାୟକ, ରାଉରକେଲା ଭିଜିଲାନ୍ସ ଡିଏସ୍‌ପି ଡି. ସେଠୀ, ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ବର କିଶାନ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଅଛନ୍ତି।