ବରଗଡ଼ରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ ଅନୁଭୂତ ହୋଇଛି। ସ୍ଥାନୀୟ ପରିବା ବଜାର ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହାନ ଚଳାଚଳ ଠପ୍‌ ପଡିଯାଇଛି। ଉଭୟ ସରକାରୀ, ବେସରକାରୀ ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସ ଗୁଡିକ ଅଟକି ରହିଛି। ସ୍ଥାନୀୟ ଗାନ୍ଧୀଛକରେ ଟେଣ୍ଟ ପକାଇ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସଭ୍ୟମାନେ ଟେଣ୍ଟ ପକାଇ ରାସ୍ତା ଅବରୋଧ କରିଛନ୍ତି। ସୀତାରାମ ମେହେର, ପବିତ୍ର ଦେହୁରୀ, ବାଳକିଶୋର ଛତର, ମହମ୍ମଦ ଅଲିମ, ଲକ୍ଷ୍ମଣ ସୁନା ପ୍ରମୁଖ ସେଠାରେ ଉଦବୋଧନ ଦେଉଛନ୍ତି।