ବନ ମହୋତ୍ସବ:ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

କର୍ଲାମୁଣ୍ଡା,୮।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମପଞ୍ଚାୟତ ଶିଶାଖାଲ ମଶାନ୍‌ମୁଣ୍ଡାଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ) ଓ ଉଦ୍ୟାନ ବିଭାଗ କର୍ଲାମୁଣ୍ଡା ପକ୍ଷରୁ ବନମହୋତ୍ସ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଉଦ୍ୟାନ ବିଭାଗ ଓଭରସିୟର ବନଦୁର୍ଗା ହରିଜନ, ଆଇଜିଏସ୍‌ଏସ୍‌ଏସ୍‌ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚାଏ। ଜୀବ ଜଗତ ବଞ୍ଚତ୍ ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ। ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ। ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ। ତେଣୁ ଗଛ ଲଗାନ୍ତୂ ନ୍ତୁ ଓ ଜୀବନ ବଚାନ୍ତୁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜାପାଟି ଗ୍ରାମ୍ୟ ଉନ୍ନୟନ କମିଟି ସଭ୍ୟ ଭୂପିନ୍ଦ୍ର ଚୌଧୁରୀ, ସିଲେଟପଡା ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଲକ୍ଷପତି ମାଝି, ଦ୍ରୋଣ ସାହୁ, ଜଳନ୍ଦର ଭୋଇ, ଶିଶାଖାଲ ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦିକା ନିଳେନ୍ଦ୍ରୀ ସାହୁ, ସଭ୍ୟ ହେମନ୍ତ ସାହୁ, ଯୁଗେଶ୍ୱର ମାଝି, ଅଚ୍ୟୁତ ସାହୁ, ଡାଳିମ୍ବ ମାଝି ଓ ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ।