ବନ୍ୟାରେ ୯ ଜିଲାର ୧ଲକ୍ଷ ୩୦ ହଜାର ପ୍ରଭାବିତ

ଭୁବନେଶ୍ୱର,୯।୮(ବ୍ୟୁରୋ) : ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୯ଟି ଜିଲା ସର୍ବାଧିକ କ୍ଷତିଗସ୍ତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି, ମାଲାକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କଳାହାଣ୍ଡିର ସର୍ବାଧିକ ୧୨ଟି ବ୍ଲକ୍‌, ରାୟଗଡ଼ାର ୧୧, ମାଲାକାନାଗିରିର ୬, କନ୍ଧମାଳର ୫, କୋରାପୁଟ ଓ ନବରଙ୍ଗପୁରର ୩ଟି ଲେଖାଁଏ ବ୍ଲକ୍‌, ଗଜପତି, ବଲାଙ୍ଗୀର ଓ ସମ୍ବଲପୁର ଜିଲାର ଗୋଟିଏ ଲେଖାଁଏ ବ୍ଲକ୍‌ ବନ୍ୟାରେ କ୍ଷତିଗସ୍ତ ହୋଇଛି। ସେହିଭଳି କଳାହାଣ୍ଡିର ସର୍ବାଧିକ ୯୦,୧୬୨ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ରାୟଗଡ଼ାର ୧୪,୬୪୫, ନବରଙ୍ଗପୁରର ୯,୧୨୦, ମାଲାକାନାଗିରିର ୯,୨୫୫ ଓ ସର୍ବମୋଟ ରାଜ୍ୟର ୪୩ଟି ବ୍ଲକ୍‌ର ୧,୩୦,୦୭୨ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୨୦୮୧ଟି ଘର ଭାଙ୍ଗିଥିବା ବେଳେ ୧୪,୩୨୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୯୫ଟି ରିଲିଫ୍‌ କ୍ୟାମ୍ପ୍‌ରେ ଲୋକଙ୍କୁ ରଖାଯାଇ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି। ଏପର୍ଯ୍ୟନ୍ତ ସୁଦ୍ଧା ୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ୨ଜଣ ନିଖୋଜ ଅଛନ୍ତି।
ରାୟଗଡ଼ା ଜିଲାର ୬୯ଟି ଗ୍ରାମ ପଞ୍ଚାୟତର ୧୪୫ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏଠାରେ ଓଡ୍ରାଫ୍‌ର ଗୋଟିଏ ଟିମ୍‌ ଏବଂ ଅଗ୍ନିଶମର ୫ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୋରାପୁଟର ୯ଟି ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମ ବନ୍ୟାଘେରରେ ଥିବାବେଳେ ୨୨୭୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ଘଟିଛି। ନବରଙ୍ଗପୁରର ୭ଟି ଗ୍ରାମପଞ୍ଚାୟତର ୧୮ଟି ଗ୍ରାମ ପ୍ରଭାବିତ ହୋଇଛି ଏବଂ ଏଠାରେ ଓଡ୍ରାଫ୍‌ ଓ ଅଗ୍ନିଶମର ଗୋଟିଏ ଗୋଟିଏ ଟିମ୍‌ ମୁତୟନ ହୋଇଛନ୍ତି। ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କନ୍ଧମାଳ ଜିଲାରେ ୮ଟି ଗ୍ରାମ ପଞ୍ଚାୟତର ୨୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ଦିନା ମାଝି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜିଲାର ଆଉଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ସେହିଭଳି ଗଜପତି ଜିଲାର ୪ଟି ଗାଁ, ମାଲାକାନାଗିରିର ୨୦ଟି ଗ୍ରାମପଞ୍ଚାୟତର ୩୬ଟି ଗାଁ ବନ୍ୟାଘେରରେ ରହିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜୟପୁର, କାଲିମେଳା ଓ ସୁକମାକୁ ରାସ୍ତା ଖୋଲାଯିବା ସହ ବର୍ଷା କମିବା ଯୋଗୁ ଜଳସ୍ତର କମିଛି। କଳାହାଣ୍ଡି ଜିଲାର ୯୯ଟି ଗ୍ରାମପଞ୍ଚାୟତର ସର୍ବାଧିକ ୭୬୩ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁ ଜିଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ୨ଟି ଓଡ୍ରାଫ୍‌ ଟିମ୍‌ ସହ ୨ଟି ଡାକ୍ତରୀ ଦଳ ଏଠାକୁ ପଠାଯାଇଛି। ୧୪ଟି ସ୍ଥାନରେ ରାସ୍ତା ପାଣିରେ ଧୋଇଯିବା ଯୋଗୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ସମ୍ବଲପୁର ଜିଲାରେ ୯ଟି ଗ୍ରାମ ପାଣିଘେରରେ ରହିଥିବା ବେଳେ ବଲାଙ୍ଗୀର ଗୋଟିଏ ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri