Posted inଜାତୀୟ

୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍‌। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି ପାକିସ୍ତାନ ଡ୍ରାଇଭର ଏବଂ କର୍ମଚାରୀ ପାକିସ୍ତାନ ପଳାଇଥିଲେ। ବିଳମ୍ବିତ ରାତି ୧.୩୦ରେ ଭାରତୀୟ ଡ୍ରାଇଭର୍‌ ଏବଂ ଗାଇଡ୍‌ଙ୍କ ତତ୍ତ୍ୱବଧାନରେ ଟ୍ରେନଟିକୁ ଦିଲ୍ଲୀ ଅଣାଯାଇଥିଲା। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ଏବଂ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଏହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିପାଇଛି। ପାକିସ୍ତାନ ଭାରତ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ତେବେ କର୍ତାରପୁର କରିଡର କାର୍ଯ୍ୟ ଜାରି ରହିବ ବୋଲି ପାକିସ୍ତାନ କହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ ଟ୍ରେନ ସେବାକୁ ଇସ୍ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ ରଶିଦ ଗୁରୁବାର ଘୋଷଣା କରିଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଏନେଇ ଇସଲମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ଭାରତୀୟ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri