ବନ୍ୟାରେ ୯ ଜିଲାର ୧ଲକ୍ଷ ୩୦ ହଜାର ପ୍ରଭାବିତ

ଭୁବନେଶ୍ୱର,୯।୮(ବ୍ୟୁରୋ) : ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୯ଟି ଜିଲା ସର୍ବାଧିକ କ୍ଷତିଗସ୍ତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି, ମାଲାକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କଳାହାଣ୍ଡିର ସର୍ବାଧିକ ୧୨ଟି ବ୍ଲକ୍‌, ରାୟଗଡ଼ାର ୧୧, ମାଲାକାନାଗିରିର ୬, କନ୍ଧମାଳର ୫, କୋରାପୁଟ ଓ ନବରଙ୍ଗପୁରର ୩ଟି ଲେଖାଁଏ ବ୍ଲକ୍‌, ଗଜପତି, ବଲାଙ୍ଗୀର ଓ ସମ୍ବଲପୁର ଜିଲାର ଗୋଟିଏ ଲେଖାଁଏ ବ୍ଲକ୍‌ ବନ୍ୟାରେ କ୍ଷତିଗସ୍ତ ହୋଇଛି। ସେହିଭଳି କଳାହାଣ୍ଡିର ସର୍ବାଧିକ ୯୦,୧୬୨ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ରାୟଗଡ଼ାର ୧୪,୬୪୫, ନବରଙ୍ଗପୁରର ୯,୧୨୦, ମାଲାକାନାଗିରିର ୯,୨୫୫ ଓ ସର୍ବମୋଟ ରାଜ୍ୟର ୪୩ଟି ବ୍ଲକ୍‌ର ୧,୩୦,୦୭୨ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୨୦୮୧ଟି ଘର ଭାଙ୍ଗିଥିବା ବେଳେ ୧୪,୩୨୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୯୫ଟି ରିଲିଫ୍‌ କ୍ୟାମ୍ପ୍‌ରେ ଲୋକଙ୍କୁ ରଖାଯାଇ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି। ଏପର୍ଯ୍ୟନ୍ତ ସୁଦ୍ଧା ୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ୨ଜଣ ନିଖୋଜ ଅଛନ୍ତି।
ରାୟଗଡ଼ା ଜିଲାର ୬୯ଟି ଗ୍ରାମ ପଞ୍ଚାୟତର ୧୪୫ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏଠାରେ ଓଡ୍ରାଫ୍‌ର ଗୋଟିଏ ଟିମ୍‌ ଏବଂ ଅଗ୍ନିଶମର ୫ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୋରାପୁଟର ୯ଟି ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମ ବନ୍ୟାଘେରରେ ଥିବାବେଳେ ୨୨୭୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ଘଟିଛି। ନବରଙ୍ଗପୁରର ୭ଟି ଗ୍ରାମପଞ୍ଚାୟତର ୧୮ଟି ଗ୍ରାମ ପ୍ରଭାବିତ ହୋଇଛି ଏବଂ ଏଠାରେ ଓଡ୍ରାଫ୍‌ ଓ ଅଗ୍ନିଶମର ଗୋଟିଏ ଗୋଟିଏ ଟିମ୍‌ ମୁତୟନ ହୋଇଛନ୍ତି। ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କନ୍ଧମାଳ ଜିଲାରେ ୮ଟି ଗ୍ରାମ ପଞ୍ଚାୟତର ୨୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ଦିନା ମାଝି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜିଲାର ଆଉଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ସେହିଭଳି ଗଜପତି ଜିଲାର ୪ଟି ଗାଁ, ମାଲାକାନାଗିରିର ୨୦ଟି ଗ୍ରାମପଞ୍ଚାୟତର ୩୬ଟି ଗାଁ ବନ୍ୟାଘେରରେ ରହିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜୟପୁର, କାଲିମେଳା ଓ ସୁକମାକୁ ରାସ୍ତା ଖୋଲାଯିବା ସହ ବର୍ଷା କମିବା ଯୋଗୁ ଜଳସ୍ତର କମିଛି। କଳାହାଣ୍ଡି ଜିଲାର ୯୯ଟି ଗ୍ରାମପଞ୍ଚାୟତର ସର୍ବାଧିକ ୭୬୩ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁ ଜିଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ୨ଟି ଓଡ୍ରାଫ୍‌ ଟିମ୍‌ ସହ ୨ଟି ଡାକ୍ତରୀ ଦଳ ଏଠାକୁ ପଠାଯାଇଛି। ୧୪ଟି ସ୍ଥାନରେ ରାସ୍ତା ପାଣିରେ ଧୋଇଯିବା ଯୋଗୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ସମ୍ବଲପୁର ଜିଲାରେ ୯ଟି ଗ୍ରାମ ପାଣିଘେରରେ ରହିଥିବା ବେଳେ ବଲାଙ୍ଗୀର ଗୋଟିଏ ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri