ବନ୍ୟାବିପନ୍ନଙ୍କ ଦୁଃଖ ଦୂରହେଉନି

ଯାଜପୁର ଅଫିସ,୬ା୯:ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ଏଯାଏ ଦୂର ହୋଇ ପାରିନାହିଁ। ଏହାକୁ ସମାଧାନ କରିବାରେ ବ୍ଲକ ପ୍ରଶାସନ ବିଫଳ ହୋଇଛି ବୋଲି ସୋମବାର ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏକ ଖବରଦାତା ସମ୍ମିଳନୀରେ ସେମାନେ ଦର୍ଶାଇଛନ୍ତି, ବୈତରଣୀ ନଦୀ ତଟରେ ଅବସ୍ଥିତ ଦତ୍ତପୁର ପଞ୍ଚାୟତବାସୀ ପ୍ରତିବର୍ଷ ବନ୍ୟାଦ୍ୱାରା ପ୍ରଭାବିତ ହେବା ସହିତ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରୁଛନ୍ତି। ୨୦୨୧ ବନ୍ୟାରେ ଦତ୍ତପୁରଠାରେ ପ୍ରାୟ ୧୦୦ ଫୁଟ୍‌ର ଘାଇ ହେବା ଦ୍ୱାରା ହଜାରହଜାର ଜନସାଧାରଣ ବାସଚ୍ୟୁତ ହୋଇଥିଲେ। ଦତ୍ତପୁର ଅଞ୍ଚଳ ବାଲିଚରି ଯାଇଥିଲା। ମାତ୍ର ବନ୍ୟା ପରବର୍ତ୍ତୀ ସମୟରେ ପ୍ରଶାସନ ସେମାନଙ୍କୁ ଉପଯୁକ୍ତ ଥଇଥାନ ସହିତ ଏହାର ସ୍ଥାୟୀ ପ୍ରତିକାର କରିବାରେ ବିଫଳ ହୋଇଥିଲା। ଏହାପରେ ଅଗଷ୍ଟ ଶେଷ ଭାଗରେ ବୈତରଣୀ ନଦୀର ଉଚ୍ଛୁଳା ପାଣି କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବା ସହ ଶତାଧିକ ଲୋକ ବାସହରା ହୋଇଥିଲେ। ଏଭଳି ଭାବେ ପ୍ରତ୍ୟେକ ବର୍ଷ ବନ୍ୟାରେ ପଞ୍ଚାୟତରେ ନିର୍ମାଣ ହୋଇଥିବା ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ୍ଣ ଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନ କରାଯାଇନାହିଁ। ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିବା ସହିତ ଆବଶ୍ୟକ ଶିକ୍ଷକ ନାହାନ୍ତି।
୨ଟି ପର୍ଯ୍ୟାୟରେ ହାଇସ୍କୁଲଗୁଡିକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏହି ପଞ୍ଚାୟତରେ ଅବସ୍ଥିତ ଦତ୍ତପୁର ହାଇସ୍କୁଲ ଓ ଅର୍ଦ୍ଦାଉଳିଆ ବାଳିକା ଉଚ୍ଚ ବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଛି। ଜଳ ନିଷ୍କାସନ ନିମନ୍ତେ ଏକମାତ୍ର ଧୁଆଳୀ ନାଳକୁ ସଫେଇ କରାଯାଇ ନ ଥିବା ଯୋଗୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ଦତ୍ତପୁର ମଲ୍ଲିକ ସାହିରେ ବିଦ୍ୟୁତ୍‌ ତାରଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ନାରାୟଣପୁର, ଦତ୍ତପୁର ଓ ମଲ୍ଲିକସାହି ଘାଟକୂଳ, ଗଡ଼ାଣୀ ରାସ୍ତା ନିର୍ମାଣ ନ କରାଯିବା ଓ ବିଭିନ୍ନ ଗ୍ରାମରେ ଡ୍ରେନ ନିର୍ମାଣ ନ ହେବା ଯୋଗୁ ଗ୍ରାମରେ ବର୍ଷାଜଳ ଜମି ରହି ମ୍ୟାଲେରିଆ ଏବଂ ଡେଙ୍ଗୁ ଆଦିର କାରଣ ପାଲଟୁଛି। ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏଠାରେ ଥିବା ମୌଳିକ ସମସ୍ୟା ଗୁଡିକୁ ସମାଧାନ କରିବାକୁ ଦାବି କରାଯାଇଛି। ଏହା ନ ହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ଯୁବ ସଂଗଠକ ପ୍ରଶାନ୍ତ ସାମଲ, ସୁଶାନ୍ତ ସାହୁ, ଅଜୟ କୁମାର ରାଉତ, ଅଜୟ ମଲ୍ଲିକ, ପ୍ରମୋଦ ରାଉତ, ପ୍ରଶାନ୍ତ ଜେନା ଓ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri