ବନ୍ଧୁତ୍ୱ ପାଖରେ ହାର ମାନିଛି ଜାତିବାଦ

ଜୟପୁର,୮ା୬(ନି.ପ୍ର.)-ବନ୍ଧୁତା ପାଖରେ ସବୁ କିଛି ହୋଇପଡିଛି ତୁଚ୍ଛ। ଗ୍ରାମର ଜାତିବାଦର ପାଚେରି ସେମାନଙ୍କୁ ଅଟକାଇପାରିନି। ଜଣକ ପରିବାର ଭାଙ୍ଗିଯାଇଥିଲେ ଅନ୍ୟ ଜଣେ ସାହାରା ହୋଇଛି। ଜଣେ ନିରାଶ୍ରୟ ହୋଇପଡିଥିବା ବେଳେ ଅନ୍ୟ ଜଣେ ତାକୁ ଦେଇଛି ଆଶ୍ରୟ। ସମାଜର ଟାହିଟାପରା ଉଭୟଙ୍କୁ ବଦଳାଇପାରିନି। ଏହି ଦୁଇ ବନ୍ଧୁ ହେଉଛନ୍ତି କମଳ ଓ କିଶୋର। କୋରାପୁଟ ଜିଲା ଜୟପୁର ନିକଟସ୍ଥ ବାର୍ଲାହାଣ୍ଡି ଗ୍ରାମରେ ଏହି ଦୁଇ ବନ୍ଧୁଙ୍କ ଘର। ନିଆରା ବନ୍ଧୁତାର ନିଦର୍ଶନ ସେମାନଙ୍କ ସମ୍ପର୍କକୁ କରିଛି ଆହୁରି ଜାଜ୍ୱଲ୍ୟମାନ, ଆହୁରି ଶକ୍ତ।
ବାର୍ଲାହାଣ୍ଡି ଗ୍ରାମରେ କମଳ ଖାତି ଓ କିଶୋର ହରିଜନଙ୍କ ବନ୍ଧୁତା ଆଜିର ନୁହେଁ, ପିଲାଦିନୁ ଉଭୟେ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠ ପଢିଛନ୍ତି। ସାଙ୍ଗ ହୋଇ ଖାଇବାଠାରୁ ଖେଳକୁଦ ଯାଏ ସବୁଠି ଏହି ଦୁଇବନ୍ଧୁଙ୍କ ଉପସ୍ଥିତି। ନିବିଡ଼ ବନ୍ଧୁତ୍ୱ ଯୋଗୁ କମଳ ବନ୍ଧୁ କିଶୋରଙ୍କ ଘରେ ଅନେକ ଥର ଖାଇଛନ୍ତି। ଉଭୟଙ୍କ ଜାତି ଅଲଗା ହୋଇଥିଲେ ମଧ୍ୟ ଜାତିଭେଦ ସେମାନଙ୍କ ମନକୁ ଛୁଇଁନି। ପରିବାରର ତାଗିଦ ସତ୍ତ୍ୱେ କମଳ କିଶୋରଙ୍କୁ ଛାଡିପାରିନାହାନ୍ତି। ଏବେ କମଳ ନିଜ ପରିବାର ଓ ସମାଜରୁ ବାସନ୍ଦ ହୋଇଛନ୍ତି। ଏଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ଛୁଆଙ୍କୁ ନେଇ ବାପଘରକୁ ଚାଲଯାଇଛନ୍ତି। ପରିବାର ଲୋକେ କେବଳ କମଳଙ୍କୁ ଘରୁ ବାଛନ୍ଦ କରିଛନ୍ତି ତା’ ନୁହେଁ, ତାଙ୍କୁ ସମ୍ପତ୍ତିରୁ ମଧ୍ୟ କୌଣସି ଭାଗ ଦେଇନାହାନ୍ତି। ଫଳରେ ଅସହାୟତାରେ ଭାଙ୍ଗିପଡୁଥିବା ବେଳେ କମଳଙ୍କୁ ବନ୍ଧୁ କିଶୋର ହୋଇଛନ୍ତି ସାହାରା। ବନ୍ଧୁଙ୍କ ସମସ୍ତ ଦେଖାଶୁଣା ସେ କରୁଥିଲେ। ତେବେ ବେଶିଦିନ କିଶୋରଙ୍କ ପାଖରେ ରହିବା ଲାଗି ସେ ନିଜକୁ ସଙ୍କୋଚ ମନେକଲେ। ମାତ୍ର ତାଙ୍କ ପାଖରୁ ସେ ଯାଇପାରୁ ନ ଥିଲେ କି କିଶୋର ମଧ୍ୟ ତାଙ୍କୁ ଛାଡୁ ନ ଥିଲେ। ଏପରି ସ୍ଥିତିରେ କମଳ କିଛି କାମ କରିବା ବାହାନାରେ କିଶୋରଙ୍କୁ ବୁଝାଇ ଗ୍ରାମ ଛାଡ଼ି ହାଇଦ୍ରାବାଦ ଚାଲିଯାଇଥିଲେ। ଲକ୍‌ଡାଉନ ଯୋଗୁ ଗ୍ରାମକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିଥିଲେ। ଏହା ପରେ ମଧ୍ୟ ପରିବାର ଲୋକେ କମଳଙ୍କୁ ଗ୍ରହଣ କରୁନାହାନ୍ତି। ସୋମବାର ଫାମ୍ପୁଣୀ ସରପଞ୍ଚ ପରିବାର ଲୋକଙ୍କ ସହ ତାଙ୍କୁ ମିଶାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କମଳଙ୍କ ବଡ଼ଭାଇ ମୋହନ ତାଙ୍କୁ ଗ୍ରହଣ କରିବାକୁ ରୋକ୍‌ଠୋକ୍‌ ମନା କରି ଦେଇଛନ୍ତି। ଫଳରେ ଏବେ କ’ଣ କରିବେ ଚିନ୍ତାରେ ଅଛନ୍ତି କମଳ।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri