ବନ୍ଧୁକ ଦେଖାଇ ୬୦ହଜାର ଲୁଟ୍‌

ସୁକିନ୍ଦା, ୫।୬ (ଡି.ଏନ୍‌.ଏ.)-ଯାଜପୁର ଜିଲା ସୁକିନ୍ଦା କ୍ରୋମ୍‌ ଉପାତ୍ୟାକାକୁ ସଂଯୋଗ କରୁଥିବା ଟମକା-ମଙ୍ଗଳପୁର ରାସ୍ତାରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଲୁଟେରାମାନେ ବନ୍ଧୁକ ଦେଖାଇ ଫାର୍ମା କମ୍ପାନୀର ଦୁଇ କର୍ମଚାରୀଙ୍କଠାରୁ ନଗଦ ୬୦ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଖବରପାଇ ସୁକିନ୍ଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ତଦନ୍ତ ଜାରି ରଖିଛି।
ଘଟଣା ମୁତାବକ, ଜାରକା ଅଞ୍ଚଳରେ ମେଡିସିନ ଡିଷ୍ଟ୍ରିବ୍ୟୁଟର ଓ ମେଡିସିନ ରିପ୍ରେଜେଣ୍ଟେଟିଭ ଭାବେ କାମ କରୁଥିବା ଦୁଇ କର୍ମଚାରୀ ରମେଶ ଦାସ ଓ ସଞ୍ଜୟ କୁମାର ଦାସ ଶୁକ୍ରବାର ଅପରାହ୍ନରେ କେତେକ ମେଡିସିନ ଷ୍ଟୋରରୁ ବକେୟା ଅର୍ଥ ଆଦାୟ କରି ବାଇକ୍‌ (ନଂ.-ଓଡ଼ି-୦୪ପି-୪୨୪୦) ଯୋଗେ ଫେରୁଥିଲେ। ଏହି ସମୟରେ ଟମକା-ମଙ୍ଗଳପୁର ରାସ୍ତାର ସୁକିନ୍ଦା ବ୍ଲକ ଦାମୋଦରପୁର ମଙ୍ଗଳା ମନ୍ଦିର ସନ୍ନିକୋଟଠାରେ ଏକ ନମ୍ବର ବିହୀନ କଳା ପଲ୍‌ସରରେ ଯାଉଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ। ଭୁଜାଲି ଓ ବନ୍ଧୁକ ଦେଖାଇ ସେମାନଙ୍କଠାରୁ ନଗଦ ୬୦ହଜାର ଟଙ୍କା, ଏକ ମୋବାଇଲ, ଦୁଇଟି ବ୍ୟାଗ୍‌ ସହ ବହୁ କାଗଜପତ୍ର ଲୁଟି ନେଇଥିଲେ। ଖବରପାଇ ଏସ୍‌ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ଜ ଛାନଭିନ ଆରମ୍ଭ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri