ବନ୍ଧୁକଧାରୀଙ୍କ ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଅଧ୍ୟାପକ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୨୦ା୧୨- ଟାଉନ ଥାନା ଅନ୍ତର୍ଗତ ଧର୍ମନଗର ବଜାଜ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ଅଧ୍ୟାପକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ବନ୍ଧୁକ ଧରି ସେଠାରେ ସମସ୍ତଙ୍କୁ ଭୟଭୀତ କରୁଥିଲେ। ଟାଉନ ଥାନା ପୋଲିସ ମାମଲା ନମ୍ବର ୨୫୮/୧୯ରେ ଅଭିଯୁକ୍ତ ଅଧ୍ୟାପକ ଅନୁରୋଧ ପଟ୍ଟନାୟକ (୩୭)ଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ତାଙ୍କ ନିକଟରୁ ଏକ ଖେଳନା ବନ୍ଧୁକ ଜବତ କରିଛି। ଏପରି କି ଘଟଣା ବେଳେ ବ୍ୟବହୃତ ଏକ କାର (ନଂ ଓଡି ୦୭ଟି ୦୬୧୦)କୁ ଜବତ କରାଯାଇଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ନିଜକୁ ଏକ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ କହିବା ସହିତ ସେ ଜଣେ ଖବରଦାତା ବୋଲି ମଧ୍ୟ ପରିଚୟ ଦେଇଛନ୍ତି। ପୋଲିସ ଉକ୍ତ ଅଧ୍ୟାପକ ଓ ଖବରଦାତା ପରିଚୟପତ୍ର ମଧ୍ୟ ଜବତ କରିଥିବା କହିଛି। ପୋଲିସ ଗୁରୁବାର ଅଭିଯୁକ୍ତ ଅନୁରୋଧଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ, ବଡବଜାର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡରେ ରହୁଥିବା ପଟ୍ଟନାୟକ ଧର୍ମନଗରରେ ଥିବା ବଜାଜ ଫାଇନାନ୍ସ ସଂସ୍ଥାରୁ ୧୦ ହଜାର ଟଙ୍କା ଋଣ ନେଇଥିଲେ। ସେ କେତେକ କିସ୍ତିରେ ଋଣ ପରିଶୋଧ ମଧ୍ୟ କରିଥିଲେ। ହେଲେ ବଳକା ଟଙ୍କା ଓ ସୁଧ ମିଶି ଅଧିକ ହେଉଥିବାରୁ ସେ ଉକ୍ତ ସଂସ୍ଥାକୁ ଯାଇ ଏହାର ପ୍ରତିବାଦ କରିଥିଲେ। ବୁଧବାର ସନ୍ଧ୍ୟାରେ ଉକ୍ତ ସଂସ୍ଥାରେ ଅନୁରୋଧ ପହଞ୍ଚି ପ୍ରଥମେ ଶାଖା ପ୍ରବନ୍ଧକଙ୍କ ସହ ଝଗଡା କରିଥିଲେ। ପରେ ବାହାରକୁ ଆସି ଶାଖର ଶଟର ପକାଇ ଦେଇଥିଲେ। ସଂସ୍ଥା ପରିଚାଳକ ଏସ୍‌.ମୁରଲୀ ଧରଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ କାବୁ କରିଥିଲା ଏବଂ ତାଙ୍କ ନିକଟରୁ ବନ୍ଧୁକ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri