ବନ୍ଦ ଲଜ୍‌ରେ ଦେହ ବେପାର

ପୁରୀ ଅଫିସ,୧୮ା୪: ବର୍ତ୍ତମାନ କରୋନା କଟକଣା ଜାରି କରାଯାଇଛି । ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି ସମସ୍ତ ହୋଟେଲ, ଲଜ୍‌ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ। ହେଲେ ଶୁକ୍ରବାର ବଡ଼ଦାଣ୍ଡର ଦୁଇଟି ଲଜ୍‌ରେ ଦେହବ୍ୟବସାୟ ଚାଲୁଥିବା ନେଇ ୩ଜଣ ଯୁବକ ବିରୋଧ କରିବାରୁ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ୩ ଯୁବକଙ୍କୁ ମାଡ଼ ମରାଯାଇଛି ଏବଂ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ଥିବା ଆଇଆଇସି କୁଳମଣୀ ସେଠୀ ସ୍ବୀକାର କରିଥିଲେ ମଧ୍ୟ ଦେହ ବ୍ୟବସାୟ ନେଇ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି। ତେବେ କଣ ପାଇଁ ଯୁବମାନଙ୍କୁ ଆକ୍ରମଣ କରାଯାଇଛି ସେ ନେଇ ପୋଲିସ କୌଣସି ସୂଚନା ଦେଇନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।