‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ରେ କରାଯିବ ଗାନ

ଭୁବନେଶ୍ୱର,୮।୬(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ ମଧ୍ୟରେ ଗାନ କରାଯିବ। ତେବେ ଏହାର ସ୍ବର, ଲୟ ଏବଂ ତାଳ କ’ଣ ହେବ ସେ ନେଇ ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏ ନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରିବ। ସୋମବାର ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ।
ସୂଚନାଯୋଗ୍ୟ, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯିବାକୁ ବହୁଦିନରୁ ଉଦ୍ୟମ ହେଉଥିଲା। ତେବେ ରବିବାର କ୍ୟାବିନେଟ୍‌ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି।