Categories: ଜାତୀୟ

ବନ୍ଦିପୋରାରେ ଲୁଚିଛନ୍ତି ଲଶ୍କର ଆତଙ୍କବାଦୀ: ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ

ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀର ବନ୍ଦିପୋରାରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଲୁଚିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏଠାରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ନିର୍ଦ୍ଦେଶରେ ଏନେଇ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି। ପାକିସ୍ତାନ ସୈନ୍ୟ ବିଭାଗ ଏଥିରେ ଆବଶ୍ୟକ ସହାୟତା କରୁଥିବା କୁହାଯାଉଛି।

Share