ବଧୂହତ୍ୟା ଅଭିଯୋଗ: ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଛି। ଏ ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ନିଶା ଥାନା ଅନ୍ତର୍ଗତ କଙ୍କରେଇ ଅଞ୍ଚଳର ବାନାମ୍ବର ବାରିକଙ୍କ ଝିଅ ସୌମ୍ୟାଶ୍ବେତା ସତ୍ୟାନନ୍ଦ ବାରିକ ଓରଫ୍‌ କାହ୍ନାଙ୍କୁ ୨୦୧୬ ଏପ୍ରିଲ ୨୬ରେ ବିବାହ କରିଥିଲେ। ବିବାହ ପରେ କାହ୍ନା ୨ଲକ୍ଷ ଟଙ୍କାର ଦୁଇ ଚକିଆ ଗାଡି ଆଣିବାକୁ ସୌମ୍ୟାଶ୍ବେତାଙ୍କ ଉପରେ ଦାବି କରିଆସୁଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା। ରବିବାର ବିଳମ୍ବିତ ରାତିରେ ଶାଶୁଘର ଲୋକେ ତାଙ୍କୁ ମାରିଦେଇଥିବା ସୌମ୍ୟାଶ୍ବେତାଙ୍କ ବାପା ବାନାମ୍ବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ସତ୍ୟାନନ୍ଦଙ୍କୁ ଅଟକରଖି ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ସୌମ୍ୟାଶ୍ବେତା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି।