ବଣିଆ ନାଳକଡରୁ ଯୁବକଙ୍କକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରୀ/ରତ୍ନଗିରି,୯ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ଥାନା ସୀମାନ୍ତ ବୋଦୁଅ ପଞ୍ଚାୟତର ଏରଡା ଗ୍ରାମ ନିକଟ ବଣିଆ ନାଳ କଡରୁ ସୋମବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ପାଣିକୋଇଲି ଅଞ୍ଚଳର ରାଜୁ ଜେନା ବୋଲି ଜଣାପଡିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୧/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣାରେ ୨ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି। ତେବେ ଖବର ଲେଖା ହେବ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି । ରାଜୁ ପାଣିକୋଇଲି ଅଞ୍ଚଳର ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ। ୭ ମାସ ତଳେ ଉକ୍ତ ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିଲେ। ହେଲେ ୪ ଦିନ ତଳେ ନାବାଳିକାଙ୍କ ଭିଣୋଇ ଘର ବରୀଥାନ ଅଧୀନ ଭୁରୁଙ୍ଗା ଗ୍ରାମରେ ନାବାଳିଙ୍କ ସହ ରହିଥିଲେ। କିନ୍ତୁ ଗତ ଗୁରୁବାରଠାରୁ ରାଜୁ କେଉଁ ଆଡେ ଫେରାର ହୋଇଯାଇଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି। ପ୍ରକାଶ ଯେ, ସକାଳେ ଜମିକୁ ଚାଷ କରିବାକୁ ସ୍ଥାନୀୟ ଲୋକେ ଯାଉଥିଲାବେଳେ ବଣିଆ ନାଳ କଡ଼ରେ ରାଜୁଙ୍କ ମୃତ ଦେହ ପଡିଥିବା ପଡିିଥିବା ଦେଖିଥିଲେ। ଏ ନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ପରେ ନାବାଳିକାଙ୍କ ଭିଣେଇ ଓ ନାବଳିକାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାର ରଖିଛି। ତେବେ ଏହା ଏକ ପ୍ରେମ ଜନିତ ହତ୍ୟା ହୋଇଥାଏ ପରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।